ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଜଣେ ମହିଳା ଏକ ଯୋଡ଼ା ଯାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି। ଉଭୟ ନବଜାତ କନ୍ୟା ସନ୍ତାନ। ଦୁଇ ଶିଶୁଙ୍କର ମୁଣ୍ଡ ଅଲଗା ଥିବା ବେଳେ ସେମାନଙ୍କ ବେକରୁ ପେଟ ଯାଏଁ ଯୋଡ଼ି ହୋଇ ରହିଛି। ତେବେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଯୋଡ଼ା ଶିଶୁଙ୍କ ଅଧିକ ଚିକିତ୍ସା ପାଇଁ ସୁବିଧା ନଥିବା ଡାକ୍ତର କହିଛନ୍ତି। ସେମାନଙ୍କୁ ବୁର୍ଲା କିମ୍ବା କଟକ ନେବାକୁ ପରିବାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର। ପରିବାର ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଚିକିତ୍ସା ନେଇ ଆସାମ୍ୟର୍ଥ ପ୍ରକାଶ କରିଛନ୍ତି ଶିଶୁର ବାପାମାଆ। ଦୁଇ କନ୍ୟା ସନ୍ତାନଙ୍କ ଜନନୀ ରବୀନା କୁମାରୀ ଗୁପୁଚୁପ୍ ବେପାର କରି ପେଟ ପୋଷି ଥାନ୍ତି। ସେମାନଙ୍କ ଚିକିତ୍ସା ଓ ଲାଳନପାଳନ କେମିତି କରିବେ ତାକୁ ନେଇ ଚିନ୍ତାରେ ଅଛନ୍ତି। ଯୋଡ଼ା ଶିଶୁଙ୍କ ଜେଜେମା ରାମୋ ଦେବୀ କହିଛନ୍ତି, ଆମେ ଗିରବ ଲୋକ। କିପରି ଦୁଇଟି ପିଲାର ଚିକିତ୍ସା କରିବୁ। ସରକାର ଆମକୁ ସାହାଯ୍ୟ କରନ୍ତୁ।






