ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଦୁଇ ସୁନା ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୁଚନାନୁସାରେ ଗତ ୧୪ ତାରିଖ ଦିନ ଲେଙ୍କୁଡିପଡା ଗ୍ରାମର ରଶ୍ମିତା ରଥ ଓ ତାଙ୍କ ସ୍ୱାମୀ ଦୟାନିଧି ରଥ ମଟର ସାଇକେଲ ଯୋଗେ ବାହାଡାବେଇ ଗ୍ରାମରୁ ନୟାଗଡ଼ ଫେରୁଥିଲେ । ଖଣ୍ଡପଡ଼ା ରେଲ୍ୱେ ଓଭର ବ୍ରିଜ ନିକଟରେ ପଲସର ଗାଡିରେ ତିନି ଜଣ ଯୁବକ ଆସି ସୁନା ଚେନ, ମଙ୍ଗଳସୁତ୍ର ଲୁଟି ନେଇଥିଲେ । ଏହି ଘଟଣାକୁ ନେଇ ରଶ୍ମିତା ରଥ ନୟାଗଡ଼ ଟାଉନ ଥାନାରେ ମାମଲା ରୁଜୁ କରିଥିଲେ । ଟାଉନ ଥାନା ପକ୍ଷରୁ ତଦନ୍ତ କରାଯାଇ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଦୁଇଟି ସୁନା ଚେନ ଓ ମଙ୍ଗଳସୁତ୍ର ସମେତ ୨୧ ଗ୍ରାମ ସୁନା ଉଦ୍ଧାର କରାଯାଇଛି । ଅଭିଯୁକ୍ତ ମାନେ ହେଲେ ଯଦୁମଣି ନଗରର ଗିରିଧାରି ସ୍ୱାଇଁଙ୍କ ପୁଅ ଟୁନା ସ୍ୱାଇଁ ଓ ରାମଚନ୍ଦ୍ର ଜେନାଙ୍କ ପୁଅ ସୁଶାନ୍ତ ଜେନା । ଯଜାଙ୍ଗି ସାହିର କାହ୍ନା ପ୍ରଧାନ ଫେରାର ରହିଛି । ଉଭୟଙ୍କ ନାମରେ ଗଣିଆ ଥାନା, ଖଣ୍ଡପଡା, ସରଣକୁଳ ଓ ନୟାଗଡ଼ ଥାନାରେ ପୂର୍ବରୁ ବିଭିନ୍ନ ମାମଲା ରହିଛି । ସେମାନଙ୍କୁ ଆଜି କୋର୍ଟ ଫରୁୱାର୍ଡ କରାଯାଇଛି ।





