ନୟାଗଡ଼, (ବାଘୁଆବାର୍ତ୍ତା): ରାଜସୁନାଖଳା ବୋମାମାଡ଼ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୭ ତାରିଖରେ ଦୁଇ ଜଣ ବ୍ୟକ୍ତି ରାଜସୁନାଖଳା ବଜାରରେ ସନ୍ତୋଷ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼ କରିଥିଲେ । ଏହି ଘଟଣାରେ ସନ୍ତୋଷଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୁଲିସ ବୋଲଗଡ଼ ଥାନା ଗୈାଡ଼ସାହିର ଦିବ୍ୟଜ୍ୟୋତି ରାଉତ ଏବଂ ବିକାଶ କୁମାର ଜେନା । ପୁଲିସ ସୂଚନା ଅନୁସାରେ, ସନ୍ତୋଷ ସାହୁଙ୍କ ଦୋକାନରେ ବିକାଶଙ୍କ ପôତୀ ସେଲସ୍ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଦୋକାନରୁ ବାହାର କରି ଦେବା ପାଇଁ ବିକାଶ ବାରମ୍ବାର ସନ୍ତୋଷଙ୍କୁ ଦାବି କରୁଥିଲେ । ସନ୍ତୋଷ ଏଭଳି ନକରିବାରୁ ବିକାଶ ତାଙ୍କୁ ରାସ୍ତାରୁ ହଟାଇବା ଯୋଜନା କରି ଦିବ୍ୟଜ୍ୟୋତିଙ୍କ ସହଯୋଗ ଲୋଡ଼ିଥିଲେ । ସେ ଦିନ ରାତିରେ ଦୋକାନ ବନ୍ଦ ସମୟରେ ଦିବ୍ୟଜ୍ୟୋତି ଓ ବିକାଶ ଏକ ବାଇକରେ ଆସି ବୋମାମାଡ଼ କରିଥିଲେ । ଏହି ବୋମା ଦିବ୍ୟଜ୍ୟୋତି ନିଜେ ପ୍ରସ୍ତୁତ କରିଥିଲେ । ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦିବ୍ୟଜ୍ୟୋତିଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ପୁଲିସ ନିକଟରୁ ସୂଚନା ମିଳିଛି ।





