Sunday, September 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତ୍ରିକୋଣୀୟ ପ୍ରେମ, ପ୍ରେମିକାଙ୍କୁ ପାଇବା ପାଇଁ ନାବାଳକଙ୍କୁ ବାଟରୁ ହଟାଇଦେଲେ, ଦୁଇ ଗିରଫ

by ସଞ୍ଜୟ ସ୍ୱାଇଁ
February 27, 2025
in Crime, State
ତ୍ରିକୋଣୀୟ ପ୍ରେମ, ପ୍ରେମିକାଙ୍କୁ ପାଇବା ପାଇଁ ନାବାଳକଙ୍କୁ ବାଟରୁ ହଟାଇଦେଲେ, ଦୁଇ ଗିରଫ
73
VIEWS
Share on FacebookShare on Twitter

ଦେବଗଡ, (ବାଘୁଆବାର୍ତ୍ତା): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ତୁଙ୍ଗାମାଳ ଗ୍ରାମରେ ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ତ୍ରିକୋଣୀୟ ପ୍ରେମ ବ୍ୟାପରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଖୁଲାସା କରିଛି । ଏହି ଘଟଣାରେ ୨ ହତ୍ୟାକାରୀଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ନାକଟିଦେଉଳ ଥାନା ଚନ୍ଦ୍ରପୁର ଗାଁର ସୁଶୀଲ ମୁଣ୍ଡା ଏବଂ ହତ୍ୟାରେ ସହଯୋଗ କରିଥିବା କୁଣ୍ଢେଇଗୋଳା ଥାନା କୁରଡପଶି ଗ୍ରାମର ଅମନ ନାୟକ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ଠାରୁ ମୃତକଙ୍କ ମୋବାଇଲ ଏବଂ ରଶି ଜବତ ହୋଇଛି । ତୁଙ୍ଗାମାଳ ଗ୍ରାମର ବିଜୟ ମୁଣ୍ଡାଙ୍କ ପୁଅ ଅମିତ ମୁଣ୍ଡା (୧୭) ନିଖୋଜ ଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲା ପରେ ବୁଧବାର ତୁଙ୍ଗାମାଳ ଜଙ୍ଗଲ ଭିତରୁ ଅମିତଙ୍କ ମୃତଦେହ ଠାବ ହୋଇଥିଲା । କେହି ହତ୍ୟା କରି ଜଙ୍ଗଲ ଭିତରେ ମୃତଦେହ ଲୁଚାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା । ଘଟଣାସ୍ଥଳରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହ ପୋଲିସ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ସୂଚନାନୁସାରେ, ମୃତ ନାବାଳକ ଅମିତ ଏବଂ ଅଭିଯୁକ୍ତ ସୁଶୀଲ ଜଣେ ଝିଅକୁ ଭଲ ପାଉଥିଲେ। ଝିଅ ସହିତ ସମ୍ପର୍କ ନ ରଖିବା ପାଇଁ ଅମିତଙ୍କୁ ସୁଶୀଲ ବାରମ୍ବାର ମନା କରିଥିଲା। ମାତ୍ର ଅମିତ ନମାନିବାରୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇଦେବାର ନିଷ୍ପତ୍ତି ନେଇଥିଲା ସୁଶୀଲ। ରାତିରେ କଥା ହେବା ବାହାନାରେ ଅମିତଙ୍କୁ ଡାକି ସୁଶୀଲ ଏବଂ ତାର ସହଯୋଗୀ ଅମନ ଏକ ରଶିରେ ତଣ୍ଟି ଚିପି ହତ୍ୟା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!