ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପୁଲିସରେ ହାଜର ହେବାକୁ ରାଜି ହୋଇଥିଲେ ମଧ୍ୟ ପୁଲିସ୍ ରଖିବାକୁ ନାରାଜ୍ । ଏଭଳି ମନ୍ତବ୍ୟ ଦେଇଛନ୍ତି ଖୋଦ୍ ଟ୍ୱିଟର ଇଣ୍ଡିଆର ଏମ୍.ଡି ମନୀଷ ମାହେଶ୍ୱରୀ । ଲୋନୀ ଭାଇରାଲ୍ ଭିଡିଓ ଘଟଣାରେ ମନୀଷ ନୋଟିସ୍ କରିଥିଲା ଉତ୍ତର ପ୍ରଦେଶ ପୁଲିସ। ଏହାରି ବିରୋଧରେ କର୍ଣ୍ଣାଟକା ହୋଇକୋର୍ଟରେ ଆବେଦନ କରିଥିଲେ ମନୀଷ । ଏହାପରେ ତାଙ୍କ ବିରୋଧରେ କୌଣସି ବାଧ୍ୟବାଧକତା କରାଯାଇ ପାରିବ ନାହିଁ ବୋଲି କୋର୍ଟ କର୍ଣ୍ଣାଟକା ହାଇକୋର୍ଟରେ ଜଣିକିଆ ଖଣ୍ଡପୀଠ ଜଷ୍ଟିସ୍ ଜି ନରେନ୍ଦ୍ର ଏହି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲା ୟୁପି ପୁଲିସ୍। ୟୁପି ପୁଲିସ ତାଙ୍କ ଦେହରେ ହାତ ଦେବେ ନାହିଁ କି ଗିରଫ କରିବେ ନାହିଁ ବୋଲି କୋର୍ଟରେ ଅଣ୍ଡର ଟେକିଂ ଲେଖିଦେବେ ଓ କୋର୍ଟ ତାହାକୁ ରେକର୍ଡରେ ରଖିବେ ତେବେ ଯାଇ ୟୁପି ପୁଲିସରେ ହାଜିର ହେବେ ବୋଲି ମାହେଶ୍ୱୀରଙ୍କ ଓକିଲ ଜି ସିଭି ନାଗେଶ କୋର୍ଟଙ୍କୁ କହିଛନ୍ତି। ଏବଂ ସେ ପୁଣିଥରେ ଦୋହରାଇଛନ୍ତି ଯେ ସେ ଟ୍ୱିଟରର କେବଳ ଜଣେ କର୍ମଚାରୀ। ଏହାକ କେତେ ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳନା ହୋଇଥାଏ। ତେଣୁ ମୁଁ ଯେ କମ୍ପାନୀର ପ୍ରତିନିଧିତ୍ୱ କରୁଛି ସେକଥା ପୁଲିସ କହିପାରିବ ନାହିଁ । ଏସମ୍ପର୍କରେ ୟୁପି ପୁଲିସ କହିଛି ଯେ ମନୀଷ ନିଜକୁ ଟ୍ୱିଟର ଇଣ୍ଡିଆର ମୁଖ୍ୟ ବୋଲି କହୁଛନ୍ତି। ତେଣୁ ପୁଲିସ ଆଇଟି ଆକ୍ଟ ଧାରା ୪୧ଏ ଅନୁସାରେ ତାଙ୍କ ନାଁରେ ନୋଟିସ୍ ଜାରି କରିଛି ପୁଲିସ କୋର୍ଟରେ ଯୁକ୍ତି ରଖିଛି।






