Tuesday, December 16, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଥିଲେ ଅଟୋ ଚାଳକ

by ସଞ୍ଜୟ ସ୍ୱାଇଁ
April 29, 2025
in State
୨୦ଲକ୍ଷ ଟଙ୍କାର ସୁନା ଗହଣା ନେଇଯାଇଥିଲେ ଅଟୋ ଚାଳକ
137
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ପୁଅ ବ୍ରତଘର ପାଇଁ ସୁନା କିଣିଥିଲେ । କିନ୍ତୁ ସବୁ ହଜାଇ ଦେଇଥିଲେ । ସୌଭାଗ୍ୟବଶତଃ ଫେରିପାଇଲେ ସୁନାଗହଣା । ହଜିବାର ଗୋଟିଏ ଦିନ ପରେ ମହିଳାଙ୍କୁ ସୁନା ଗହଣା ଫେରାଇଦେଲା ପୋଲିସ । ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ଭୁବନେଶ୍ବର ସୌଭାଗ୍ୟନଗରରେ ଥିବା ଏକ ଦୋକାନରୁ ୨୦ଲକ୍ଷ ଟଙ୍କାର ସୁନା ଗହଣା କିଣିଥିଲେ । ଗହଣା କିଣିବା ପରେ ଏକ ଅଟୋ ସାହାଯ୍ୟରେ ଯାଉଥିବା ବେଳେ ଅଟୋରେ ସୁନା ଗହଣା ବ୍ୟାଗ୍ଟି ରହିଯାଇଥିଲା । ମହିଳା ଜଣଙ୍କୁ ଘରକୁ ଫେରି ଦେଖିଥିଲେ ତାଙ୍କ ସୁନା ଗହଣା ବ୍ୟାଗ୍ଟି ତାଙ୍କ ପାଖରେ ନଥିଲା । ଏ ନେଇ ମହିଳା ଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଛାନଭିନ ଆରମ୍ଭ କରିଥିଲା । ସୁନା ଅଳଙ୍କାର ବ୍ୟାଗ୍ଟି ମହିଳା ଜଣଙ୍କ ଯେଉଁ ଅଟୋରେ ଯାଉଥିଲେ ସେହି ଅଟୋରେ ରହିଯାଇଥିବା ସିସିଟିଭି ଫୁଟେଜ୍ରୁ ଜଣାପଡିଥିଲା । ସୁନା ଗହଣା ବ୍ୟାଗ୍ଟି ଅନ୍ୟ ଅଟୋ ଚାଳକ ଜଣଙ୍କ ନେଇଯାଇଥିଲେ । ଏହାପରେ ସଂପୃକ୍ତ ଅଟୋ ଚଳକଙ୍କୁ ଠାବ କରି ତାଙ୍କ ଠାରୁ ସୁନା ଗହଣା ବ୍ୟାଗ୍ ଜବତ କରିଥିଲା ପୋଲିସ । ଖଣ୍ଡଗିରି ଥାନା ପୋଲିସ ଟିମ୍ର ଉଦ୍ୟମ ଯୋଗୁଁ ଦିନକ ମଧ୍ୟରେ ତୁରନ୍ତ ହଜିଥିବା ସୁନା ଗହଣା ମିଳିଯାଇଥିଲା । ୨୦୦ ଗ୍ରାମ୍ ସୁନା ରୂପା ଅଳଙ୍କାର ଏବଂ ୪୪ ହଜାର ୫ଶହ ଟଙ୍କା ଅଟୋ ଚାଳକଙ୍କ ଠାରୁ ଜବତ ହୋଇଛି । ସଂପୃକ୍ତ ଅଟୋ ଚାଳକ ଅଟକ ଅଛନ୍ତି ବୋଲି ଡିସିପି ସୂଚନା ଦେଇଛନ୍ତି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!