Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୀମାନ୍ତରେ ଜୁଆ ଆଡ୍ଡା, ନାବାଳକ ସମେତ ୨୦ ଗିରଫ

by ସଞ୍ଜୟ ସ୍ୱାଇଁ
January 20, 2025
in Crime, Nayagarh, State
ସୀମାନ୍ତରେ ଜୁଆ ଆଡ୍ଡା, ନାବାଳକ ସମେତ ୨୦ ଗିରଫ
777
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିବା ଏକ ଜୁଆଆଡ୍ଡା ଉଡରେ ପୁଲିସ ଚଢ଼ାଉ କରିଛି । ଏହି ଜୁଆଆଡ୍ଡାରୁ ପୁଲିସ ୨ ଜଣ ନାବାଳକଙ୍କ ସହ ୨୦ ଜଣଙ୍କୁ ଗିରଫ କରିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କ ସମ୍ଭବ ଅନୁଷ୍ଠାନ ନିକଟରେ ଥିବା କାଜୁ ଜଙ୍ଗଲରେ ଜୁଆଆଡ୍ଡା ଚାଲିଥିଲା । ଖବରପାଇବା ପରେ ନୟାଗଡ଼ ଏସପି ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୁଲିସ ଏକ ଟିମ୍ ଗଠନ କରିଥିଲା । ପୁଲିସ ଟିମ୍ ଓଡ଼ଗାଁ ଥାନା ପୁଲିସ ସହାୟତାରେ ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୨୦ ଜଣଙ୍କୁ ଗିରଫ କରାଯାଇଥିବା ଏସ୍‌ପି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ହିଞ୍ଜଳଗାଡ଼ିଆ ଗ୍ରାମର ଭୀମସେନ ବରାଡ଼, ଓଡ଼ଗାଁ ଥାନା ଅନ୍ତର୍ଗତ ମଶାବାରୀ ଗାଁର ସୁଶାନ୍ତ ସେଠୀ, ଓଡ଼ଗାଁ ନିତ୍ୟାନନ୍ଦସାହିର ଶରତ ଚନ୍ଦ୍ର ସେନାପତି ଓ ପୂର୍ଣ୍ଣଚନ୍ଦ୍ର ପାତ୍ର, ବାଘୁଆଛକର ପ୍ରଶାନ୍ତ କୁମାର ସାହୁ ରହିଛନ୍ତି । ଏହା ସହିତ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଦିହୁଡ଼ିବଞ୍ଜରା ଗାଁର ରାସ ବିହାରୀ ଶତପଥି, କବିସୂର୍ଯ୍ୟନଗର ଥାନା ଗୁଡ଼ିଆପଲ୍ଲୀ ଗ୍ରାମର ଶଙ୍କର ଜେନା, ଖଲ୍ଲିକୋଟ ଥାନା କଇରାସି ଗାଁର କରୁଣାକର ମହାପାତ୍ର, ପୋଲସରା ଥାନା ସୋରଡ଼ା ଗାଁର ସାଲୁ ପ୍ରଧାନ, ବେଲଗୁଣ୍ଠା ଥାନା ଠେଙ୍ଗାଧର ଗାଁର ପ୍ରମୋଦ କୁମାର ପ୍ରଧାନ, ବୁଗୁଡ଼ା ବାଲିପିଣ୍ଢି ସାହିର ରାଜେନ୍ଦ୍ର ପ୍ରଧାନ, ପୋଲସରା ଥାନା ଢୁଙ୍କାପଡ଼ା ଗାଁର ଚନ୍ଦ୍ରଶେଖର ଗୈାଡ଼, ବୁଗୁଡ଼ା ଥାନା ଜମାପଲ୍ଲୀ ଗାଁର ଜଗନ୍ନାଥ ସେନାପତି, ବୁଗୁଡ଼ା କାଞ୍ଜିଆପଲ୍ଲୀ ଗାଁର ଏ. ରାଜେନ୍ଦ୍ର ରେଡ୍ଡି, ବେଲଗୁଣ୍ଠା ଆଲିଆସାହିର ପିତବାସ ନାୟକ, ବୁଗୁଡ଼ା କରସିଂହ ଗାଁର ଟୁନା ନାୟକକୁ ପୁଲିସ ଗିରଫ କରିଛି । ସେମାନଙ୍କ ସହ ୨ ଜଣ ନାବାଳକଙ୍କୁ ଗିରଫ କରାଯାଇଛି । ଏହି ଜୁଆଅଡ୍ଡାରୁ ପୁଲିସ ୨ ଲକ୍ଷ ୧୧ ହଜାର ୪୦୬ ଟଙ୍କା ଓ ୨୧ଟି ଗାଡ଼ି ଜବତ କରାଯାଇଛି । ଜବତ ଗାଡ଼ି ମଧ୍ୟରେ ୩ଟି ସ୍କୁଟି, ୧୫ଟି ବାଇକ୍‌, ୨ଟି କାର ଓ ଗୋଟିଏ ଅଟୋ ରହିଛି । ୪୭ ପ୍ୟାକେଟ୍ ତାସ, ୨ଟି ଖାଲି ପ୍ୟାକେଟ୍ ଜବତ କରାଯାଇଛି । ୨୧ଟି ମୋବାଇଲ ଫୋନ୍‌, ଷ୍ଟାମ୍ପ, ଛୁରୀ, ବିଡ଼ି ଓ ଡିଆସିଲି ସମେତ ମଶା ବ୍ୟାଟ ଜବତ କରାଯାଇଛି । ଏହି ଘଟଣାକୁ ନେଇ ଓଡ଼ଗାଁ ଥାନା ଏଏସଆଇ ବୈକୁଣ୍ଠ ନାଥ ସ୍ୱାଇଁଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଓଡ଼ଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ପୁଲିସର ଅନେକ ଅଧିକାରୀ ଉପସ୍ଥିତ ରହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!