Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ଵେଣ୍ଟି-୨୦ ବିଶ୍ଵ କପ୍‌ ୨୦୨୨ ଚାମ୍ପିଅନ ହେଲା ଇଂଲଣ୍ଡ

by ସଞ୍ଜୟ ସ୍ୱାଇଁ
November 13, 2022
in Sports, WORLD
ଟ୍ଵେଣ୍ଟି-୨୦ ବିଶ୍ଵ କପ୍‌ ୨୦୨୨ ଚାମ୍ପିଅନ ହେଲା ଇଂଲଣ୍ଡ
203
VIEWS
Share on FacebookShare on Twitter

ମେଲବର୍ଣ୍ଣ, (ବାଘୁଆବାର୍ତ୍ତା): ପୁଣି ଥରେ ଫାଇନାଲ୍‌ ମ୍ୟାଚ୍‌ରେ ବେନ ଷ୍ଟୋକ୍ସଙ୍କ ଦମଦାର ଅର୍ଦ୍ଧଶତକୀୟ ବ୍ୟାଟିଂ। ଟ୍ଵେଣ୍ଟି-୨୦ ବିଶ୍ଵ କପ୍‌ ୨୦୨୨ ଚାମ୍ପିଅନ ହେଲା ଇଂଲଣ୍ଡ। ଦ୍ଵିତୀୟ ଥର କ୍ରିକେଟ୍‌ର ସବୁଠୁ ଛୋଟ ଫର୍ମାଟ୍‌ର ବିଶ୍ଵ କପ୍ ଟାଇଟଲ୍ ଜିତିବାରେ ସଫଳ ହୋଇଛି ବଲଟର ବାହିନୀ। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମୁକାବିଲାରେ ବୋଲର ଏବଂ ବେନ ଷ୍ଟୋକ୍ସଙ୍କ ଚମତ୍କାର ପ୍ରଦର୍ଶନ ଦମରେ ବାଜି ମାରି ନେଇଛି ଇଂଲଣ୍ଡ। ଆଉ ପାକିସ୍ତାନର ଦ୍ଵିତୀୟ ଥର ଟାଇଟଲ୍ ଜିତିବାର ସ୍ଵପ୍ନ ଧୂଳିସାତ ହୋଇଛି। ୨୦୧୦ ଟି-୨୦ ବିଶ୍ଵ କପ୍‌ରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ଚାମ୍ପିଅନ ହୋଇଥିଲା। ଇଂଲଣ୍ଡ ତୃତୀୟ ଥର ଫାଇନାଲ୍‌ ଖେଳିଥିବା ବେଳେ ଟି-୨୦ ବିଶ୍ଵ କପ୍ ୨୦୨୨କୁ ମିଶାଇ ଦୁଇ ଥର ଚାମ୍ପିଅନ ହୋଇଛି।୨୦୧୬ରେ ଇଂଲଣ୍ଡ ଫାଇନାଲ୍‌ରେ ଓ୍ଵେଷ୍ଟଇଣ୍ଡିଜ ନିକଟରୁ ହାରିଥିଲା। ଅନ୍ୟପଟେ ୨୦୦୯ ଟି-୨୦ ବିଶ୍ଵ କପ୍ ବିଜେତା ଦଳ ପାକିସ୍ତାନ ତୃତୀୟ ଥର ଫାଇନାଲ୍‌କୁ ପ୍ରବେଶ କରିଥିଲେ ହେଁ ଦୁଇ ଥର ନିରାଶ ହେବାକୁ ପଡିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ ଯୋଗୁଁ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୩୭ ରନ କରିଥିଲା। ଦଳ ପକ୍ଷରୁ ମାସୁଦ ସର୍ବାଧିକ ୩୮ ରନ କରିଥିବା ବେଳେ ଅଧିନାୟକ ବାବର ଆଜମ ୩୨ ରନ କରିଥିଲା। ଇଂଲଣ୍ଡ ପକ୍ଷରୁ ସାମ କରନ ମାତ୍ର ୧୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। ଜବାବରେ ଇଂଲଣ୍ଡ ୧୯ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ବେନ ଷ୍ଟୋକ୍ସଙ୍କ ଅପରାଜିତ ୫୨ ରନ ମ୍ୟାଚ୍ ବିଜୟୀ ଇନିଂସ ଖେଳିଛନ୍ତି। ଅଧିନାୟକ ଜୋସ୍ ବଟଲର ୨୬ ରନ କରିଥିଲେ। ଏହା ପୂର୍ବରୁ ୨୦୧୯ ଦିନିକିଆ ବିଶ୍ଵ କପ୍‌ରେ ବି ବେନ ଷ୍ଟୋକ୍ସ ଅବିଶ୍ଵସନୀୟ ବ୍ୟାଟିଂ କରି ଦଳକୁ ପ୍ରଥମ ଥର ବିଶ୍ଵ କପ୍ ଜିତାଇଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!