ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ପୁଲିସ ଆଜି ବେଆଇନ ଭାବେ ଚାଲିଥିବା ଘରୋଇ ଟିୟୁସନ୍ ଉପରେ ସର୍ଜ୍ଜିକାଲଷ୍ଟ୍ରାଇକ କରିଥିବା ସୂଚନା ମିଳିଛି । କାଳିକାପ୍ରସାଦ ଗ୍ରାମରେ ସଦରଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ସଦଳବଳେ ଚଢ଼ାଉ କରି ବେନିୟମ ଭାବେ ଚାଲିଥିବା ଘରୋଇ ଟ୍ୟୁସନ ବନ୍ଦ କରିଥିବା ଜଣାଯାଇଛି । ଏଥିସହିତ ଦୁଇ ଜଣ ଘରୋଇ ଶିକ୍ଷକଙ୍କୁ ଥାନାକୁ ଆଣିଥିବା ଜଣାଯାଇଛି । କରୋନା ମହାମାରୀ ସମୟରେ ଅତ୍ୟନ୍ତ ବିପଦପୂଣ୍ଣ ଭାବେ ଛୋଟଛୋଟ ଶିଶୁ ମାନଙ୍କୁ ଏକାଠି ବସାଇ ଟ୍ୟୁସନ କରିବା ଏକ ସାଂଘାତିକ ବ୍ୟାପାର ବୋଲି ଆଲୋଚନା ହେଉଛି ।





