କଟକ, (ବାଘୁଆବାର୍ତ୍ତା): ଶିଶୁ ଭବନରେ ଟର୍ଚ୍ଚ ଲାଇଟରେ ଚିକିତ୍ସା ଅଭିଯୋଗ । ଘଟଣାକୁ ନେଇ ଶିଶୁ ଭବନ ଅଧିକ୍ଷକ ଡାକ୍ତର ପ୍ରଭାକର ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଚିକିତ୍ସା ପାଇଁ ବିଦ୍ୟୁତ୍ ଵ୍ୟଵସ୍ଥା ଥିଲା । ଟର୍ଚ୍ଚ ଲାଇଟର ଆବଶ୍ୟକତା ନଥିଲା । ଏହା ଶିଶୁ ଭଵନକୁ ଵଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଛି । ତେବେ ଏସବୁ ପାଇଁ ତଦନ୍ତ କମିଟି ଗଠନ ହେବ । ତଦନ୍ତ କମିଟି ଗଠନ କରି ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁମାନେ ଏମରଜେନ୍ସି ସେଵାରେ ଥିଲେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେଵ । କିଛି ଚକ୍ରାନ୍ତକାରୀ ଜାଣିଶୁଣି ଏଭଳି କାର୍ଯ୍ୟ କରିଛନ୍ତି । ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବ ।






