Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଲିଛି ତୁମ୍ବରେ ବିନ୍ଧ ଓ ପନ୍ଦାରି ବଳା

by ସଞ୍ଜୟ ସ୍ୱାଇଁ
May 8, 2025
in State
ଚାଲିଛି ତୁମ୍ବରେ ବିନ୍ଧ ଓ ପନ୍ଦାରି ବଳା
52
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ଠାକୁରଙ୍କ ରଥ ନିର୍ମାଣରେ ଲାଗିଛନ୍ତି ବିଶ୍ୱକର୍ମା, କରତୀ, ଓଝା ଓ ଭୋଇ ସେବକ । ରଥ ଖଳାରେ ବିଶ୍ୱକର୍ମାମାନେ ତୁମ୍ବ ତିଆରିରେ ଲାଗିଛନ୍ତି । ତୁମ୍ବରେ ବିନ୍ଧ ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତୁମ୍ବ ଖୋଦେଇ ପାଇଁ ମେସିନ ପ୍ରସ୍ତୁତ । କରତି ସେବକ ତୁମ୍ବର ଘେର(ବଳକା ଅଂଶ) କାଟୁଛନ୍ତି । ବୁଧବାର ବଡ଼ଦାଣ୍ଡରେ ଅଖ ଓ ଦଣ୍ଡା କାଠ ପହଞ୍ଚିଛି। ୨୩ ଖଣ୍ଡ କାଠ ଭଞ୍ଜନଗରରୁ ଆସିଛି । ୪୦ ଫୁଟିଆ ୨୧ଟି ଧଉରା ଓ ୨ଟି ଅସନ କାଠ ଗଡ଼ । ମହାପ୍ରଭୁଙ୍କ ଭଉଁରି ଉତ୍ସବରେ ରଥର ଚକ ଓ ଅଖ ସଂଯୁକ୍ତ ହେବ । ମୁଖ୍ୟ ବିଶ୍ୱକର୍ମାଙ୍କ ସୂଚନା ଅନୁସାରେ, ଗୁରୁବାର ଖଳାରେ ତୁମ୍ବରେ ଅଗର ବିନ୍ଧ ହେବ ଯେଉଁଥିରେ ଅର କଣ୍ଟା ବସିବ । କମାର(ଓଝା) ସେବକମାନେ ଦୋଳବେଦି ପରିସରରେ ରଥ ପାଇଁ ଲୋଡ଼ା ଲୁହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏବେ ଶାଳରେ ପଡ଼ିଛି ପନ୍ଦାରି । ଏହାକୁ ପୋଡ଼ିଲା ପରେ ମଳି ଛଡ଼ା ଯାଇ ମଠା(ସାଇଜ୍) ହେବ । ତୁମ୍ବଗୁଡ଼ିକର ଭିତର ପାର୍ଶ୍ୱରେ ଲାଗିବ ପନ୍ଦାରି । ତାହାକୁ ମଜଭୁତ କରିବାକୁ ଚାବି ତିଆରି ହୋଇ ପନ୍ଦାରିରେ ପଡ଼ିବ । ଗୋଟିଏ ତୁମ୍ବରେ ଲାଗିବ ୨ଟି ଲେଖାଏଁ ପନ୍ଦାରି ଓ ବଳା । ତିନି ରଥର ୪୨ ଚକ ପାଇଁ ଆବଶ୍ୟକ ୮୪ଟି ପନ୍ଦାରି, ୮୪ଟି ବଳା । ସେଗୁଡିକର ଆକାର ଭିନ୍ନ ଭିନ୍ନ । ତୁମ୍ବର ବାହାର ପାଶ୍ୱର୍ରେ ଲାଗିବ ବଳା । ତୁମ୍ବରେ ଅଖ ଭୁଞ୍ଜାଯିବ । ଠାକୁରଙ୍କ ରଥ ଅଖର ଆକାର ବଡ଼ରୁ ସାନ ହୁଏ । ସେହି ଅନୁସାରେ ବଡ଼ସାନ ହୋଇ ତିଆରି ହୁଏ ପନ୍ଦାରି ଓ ବଳା । ସେଥିରେ ୪ଟି ଚାବି ଲାଗି ତୁମ୍ବକୁ ମଜଭୁତ କରାଯିବ । ଯେପରି ରଥ ଗଡ଼ିଲା ବେଳେ ତୁମ୍ବରୁ ଅଖ ଖସି ନଯାଏ । ଆଗେ ନୟାଗଡ଼ ଡିଭିଜନରୁ ଆସୁଥିଲା ୪୦ ଫୁଟିଆ କାଠ । ସେଠାରେ ଅଭାବ ପରିଲକ୍ଷିତ ହେବାରେ ବୌଦ୍ଧ ଓ ଫୁଲବାଣୀ ଆଦି ଅନ୍ୟ ଜିଲ୍ଲା ଉପରେ ନିର୍ଭର କରିବାକୁ ହେଉଛି । ରଥ ପାଇଁ ଆବଶ୍ୟକ ୧୦୦ଟି ୪୦ ଫୁଟିଆ କାଠ । ସେଥିରୁ ୩୦ଟି ଅସନ ଓ ୭୦ଟି ଧଉରା କାଠ । ଅସନରେ ଦଣ୍ଡା ଓ ଗୟଳ ଆଦି ରଥାଂଶ ପ୍ରସ୍ତୁତ ହୁଏ । ଅସନ ତୁଳନାରେ ଧଉରା ଅଧିକ ମଜଭୁତ । ଏଣୁ ଧଉରାରେ ମୁଖ୍ୟତଃ ରଥର ଅଖ ଓ ମଝି ଦଣ୍ଡା ପ୍ରସ୍ତୁତ ହୁଏ । ଅସନ କାଠ ବଙ୍କା ହେଉଥିବା କାରଣରୁ ଏଥିରେ ରଥର ଗୟଳ ତିଆରି ହୁଏ । ୩ ରଥର ମୋଟ ୩୨ ଗୟଳ ତିଆରି ହୁଏ । ଆଜି ରଥ ନିର୍ମାଣ କାର୍ଯ୍ୟରେ ୧୧୫ ଜଣ ନିୟୋଜିତ ହୋଇଥିବା ସୂଚନା ରହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!