Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୂଜାର୍ଚ୍ଚନା ପରେ ତୁମ୍ବରେ ବିନ୍ଧ ଅନୁକୂଳ

by ସଞ୍ଜୟ ସ୍ୱାଇଁ
May 7, 2025
in State
ପୂଜାର୍ଚ୍ଚନା ପରେ ତୁମ୍ବରେ ବିନ୍ଧ ଅନୁକୂଳ
35
VIEWS
Share on FacebookShare on Twitter

ପୁରୀ, (ବାଘୁଆବାର୍ତ୍ତା): ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥଖଳା ଚଳଚଞ୍ଚଳ । ପର୍ଯ୍ୟାୟକ୍ରମେ ପ୍ରସ୍ତୁତ ହେଉଛି ରଥ ଚକ । ମଙ୍ଗଳବାର ପୂଜାର୍ଚ୍ଚନା ପରେ ତୁମ୍ବରେ ବିନ୍ଧ ଅନୁକୂଳ କରାଯାଇଛି । ମାହାର୍ଦ୍ଦ ସମର୍ପଣ କରି ଶ୍ରୀଫଳ ଭାଙ୍ଗିବା ସହ ଠାକୁରଙ୍କୁ ସୁମରଣା କରି ତିନି ରଥର ମୁଖ୍ୟ ବିଶ୍ୱକର୍ମା ବିନ୍ଧ ଖୋଦେଇ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ନାହାକା ତୁମ୍ବରେ ସର୍ବପ୍ରଥମେ ବିନ୍ଧ ଅନୁକୂଳ ହୋଇଛି । ପରମ୍ପରା ଅନୁଯାୟୀ ବଡ଼ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରୁ ତୁମ୍ବ ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ଦୋଳବେଦିରେ ପନ୍ଦାରି ବଳା ତିଆରି ଚାଲିଛି । ରଥ ନିର୍ମାଣର ପରମ୍ପରା ରହିଛି । ତୁମ୍ବରେ ସୂତା ବାଡ଼ିଆ ପରେ ସାତ ଦିନରେ ବିନ୍ଧ ଅନୁକୂଳ ହେବା କଥା । ଏଥର କାର୍ଯ୍ୟରେ ତତ୍ପରତା ପ୍ରକାଶ ପାଇ ଷଷ୍ଠ ଦିବସରେ ବିନ୍ଧ ଅନୁକୂଳ ହେଲା । ରଥର ନାହାକା ତୁମ୍ବକୁ ଗଡ଼ାଇ ଆଣି ଭୋଇ ସେବକମାନେ ସାଇଜ କରି ରଖିଥିଲେ । ମୁଖ୍ୟ ବିଶ୍ୱକର୍ମା ପ୍ରଥମେ ନିହଣ ଓ ମୁଗୁର ସାହାଯ୍ୟରେ ବିନ୍ଧ ଖୋଦେଇ ଅନୁକୂଳ କରିଥିଲେ । ନାହାକା ତୁମ୍ବକୁ ରଥ ନିର୍ମାଣ ପ୍ରକ୍ରିୟାରେ ସ୍ୱତନ୍ତ୍ର ସ୍ଥାନ ଦିଆଯାଏ । ଏବେ ବିଶ୍ୱକର୍ମାମାନେ ତିନି ରଥର ତୁମ୍ବ କାର୍ଯ୍ୟ ଜାରି ରଖିଛନ୍ତି । ଗୋଟିଏ ତୁମ୍ବରେ ୧୬ ଯୋଡ଼ା ବିନ୍ଧ ଖୋଦେଇ ହେଉଛି । ଆଜି କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମୋଟ ୪୨ ତୁମ୍ବରୁ ୨୧ଟିରେ ବିନ୍ଧ ସରିଛି । ଏପଟେ କରତି ସେବକ ତୁମ୍ବର ଘେର କାଟୁଛନ୍ତି । ତୁମ୍ବ ବିନ୍ଧର ଆକାର ଆୟତାକାର । ଏହାର ଲମ୍ବ ୩ ଇଞ୍ଚ, ଓସାର ପ୍ରାୟ ୨ ଇଞ୍ଚ ଓ ୫ ଇଞ୍ଚ ଗଭୀର । ମଜଭୁତି ପାଇଁ ଦୁଇ ବିନ୍ଧର ମଝିରେ ଇଞ୍ଚେ ମାପର କାଠ ଛଡ଼ା ଯାଉଛି । ବିନ୍ଧରେ ଭୁଞ୍ଜାଯିବ ଅର(ସ୍ପୋକ୍) । ଗୋଟିଏ ଚକରେ ଲାଗିହୁଏ ୧୬ଟି ଅର । ଏହାର ଗୋଟିଏ ମୁହଁକୁ କଟାଯାଇ ଦୁଇଟି ଦାନ୍ତି ଭଳି ତିଆରି ହେବ । ଯାହାକୁ କୁହାଯାଏ ‘ସାଲ’ । ଅରର ଦୁଇ ସାଲକୁ ତୁମ୍ବର ଦୁଇ ବିନ୍ଧରେ ଭୁଞ୍ଜି ପହି ସଂଯୁକ୍ତ ହେଲେ ଚକ ପ୍ରସ୍ତୁତ ହେବ । ସେପଟେ ଦୋଳବେଦି ପରିସରରେ ଠାକୁରଙ୍କ କମାର ସେବକମାନେ ରଥ ପାଇଁ ଆବଷ୍ୟକ ଲୁହା ସାମଗ୍ରୀମାନ ପ୍ରସ୍ତୁତ କରୁଛନ୍ତି । ଅରକଣ୍ଟା ତିଆରି ସହ ପନ୍ଦାରି ବଳା ତିଆରି ଆରମ୍ଭ କରିଛନ୍ତି । ମଙ୍ଗଳବାର ରଥ ନିର୍ମାଣ କାର୍ଯ୍ୟରେ ୧୦୭ ଜଣ ନିୟୋଜିତ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!