ନୟାଗଡ଼଼, (ବାଘୁଆବାର୍ତ୍ତା) : ନାଟ୍ୟ ନିର୍ଦ୍ଦେଶକ ଡ ବିଜୟ କୁମାର ଚୈାଧୁରୀଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଆଜି ତୃତୀୟନୟନ ପକ୍ଷରୁ ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ନାଟକ ‘ମାୟାମନୀଷା’ ମଂଚସ୍ଥ ହୋଇଯାଇଛି । ଏହି ନାଟକକୁ ପୂର୍ବତନ ସାଂସଦ ଶୀବାଜୀ ପଟ୍ଟନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସମେତ ଅନ୍ୟ ଅତୀଥିମାନେ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ । ନାଟ୍ୟକାର ବିଶ୍ୱନାଥ ମହାପାତ୍ରଙ୍କ ରଚିତ ଏହି ନାଟକକୁ ଦେଖିବା ପାଇଁ ଆଜି ସହରର ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏଁ ସଭିଙ୍କ ଭିଡ଼ ଲାଗିଥିବା ଜଣାପଡ଼ିଛି ।





