କନ୍ଧମାଳ, (ବାଘୁଆବାର୍ତ୍ତା): ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବେଲଘର ଗୁମ୍ମା ଗାଁର ବୃନ୍ଦାବନ ଜାନି । ଏଭଳି ଦୁର୍ଘଟଣା ଘଟିଛି କୋଟଗଡ଼ ଥାନା ଅଞ୍ଚଳରେ । ସୂଚନାନୁସାରେ, ବୃନ୍ଦାବନ ଜାନି ନିଜ ଗାଁରୁ ବାଇକ୍ ଧରି ଦୁର୍ଗାପଙ୍ଗା ଅଭିମୁଖେ ଯାଉଥିବା ବେଳେ କୋଟଗଡ଼ ଥାନା ଅଧିନରେ ଥିବା ନୂଆଗାଁ ନିକଟରେ ଦୁର୍ଘଟଣା ଘଟିଥିଲା । ବାଇକ୍ ସମ୍ମୁଖରୁ ଧକ୍କା ଦେଇଥିଲା ଦ୍ରୁତଗାମୀ ଟ୍ରକ । ଯାହାଫଳରେ ଘଟଣାସ୍ଥଳରେ ବୃନ୍ଦାବନଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସଂପର୍କରେ ପୁଲିସ୍ ଖବର ପାଇଁ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।






