ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ଦୁର୍ଘଟଣାରେ ଜଣେ ମୃତ ଅନ୍ୟ ଦୁଇ ଜଣ ଗୁରୁତର । ୧୬ ନଂ ଜାତୀୟ ରାଜପଥ ଛତିଆ ଠାରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ ଓ ବାଇକ ମଧ୍ୟରେ ଧକା ହେବା ଫଳରେ ବାଇକରେ ଥିବା ତିନି ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବାଇକରେ ୩ ଜଣ ରାସ୍ତା ପାରି ହେଉଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକଟି ଧକା ଦେଇଥିଲା। ଘଟଣା ସ୍ଥଳରେ ବାଇକ ଆରୋହୀ ଗୁରୁତର ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ସ୍ଥାନୀୟ ବିଦ୍ୟାଧରପୁର ଅଂଚଳ ର ବୋଲି ଜଣା ପଡିଛି।






