Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦୦ ଫୁଟ ତଳକୁ ପିଆଜ ବୋଝେଇ ଟ୍ରକ ଖସି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି

by ସଞ୍ଜୟ ସ୍ୱାଇଁ
August 11, 2021
in Accident, State
୧୦୦ ଫୁଟ ତଳକୁ ପିଆଜ ବୋଝେଇ ଟ୍ରକ ଖସି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି
134
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଘଟିଛି। ମୃତକଦ୍ୱୟ ହେଲେ ଡ୍ରାଇଭର ଇନୁସ୍‌ ଓ ତାଙ୍କ ସାଙ୍ଗ ଜୱଲ । ଗୁରୁତର ହେଉଛନ୍ତି ଟ୍ରକ୍‌ ହେଲପର ୱାସିମ୍‌ । ସମସ୍ତଙ୍କ ଘର ମହାରାଷ୍ଟ୍ରର ମାଲକାପୁରରେ ବୋଲି ଜଣାପଡ଼ିଛି। ନାସିକରୁ ଏକ ପିଆଜ ବୋଝେଇ ଟ୍ରକ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଆଜି ସକାଳେ ଟ୍ରକଟି ବାଙ୍ଗିରିପୋଷି ଘାଟି ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ୧୦୦ ଫୁଟ ତଳକୁ ଖସି ପଡ଼ିଥିଲା। ଏହି ସମୟରେ ଟ୍ରକ୍‌ରେ ଥିବା ହେଲପର ୱାସିମ୍‌ ତଳକୁ ଡେଇଁ ପଡ଼ି ଗୁରୁତର ହୋଇ ପଡ଼ିଛନ୍ତି। ହେଲେ ଘାଟି ତଳେ ଟ୍ରକକ୍‌ଟି ପଡ଼ିଥିବା ବେଳେ ଟ୍ରକ୍‌ ତଳେ ଚାପି ହୋଇ ଇନୁସ୍‌ ଓ ତାଙ୍କ ସାଙ୍ଗ ଜୱଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଖବର ପାଇ ସ୍ଥାନୀୟ ଲୋକେ ଏବଂ ଦମକଳବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେଠାରେ ଡାକ୍ତର ଇନୁସ୍‌ ଓ ଜୱଲଙ୍କୁ ମୃତ ଘୋଷଣା କରିଛନ୍ତି । କିଛି ସମୟ ରାସ୍ତା ଜାମ ପରେ ପୁଣି ଯାନବାହନ ଚଳପ୍ରଚଳ ସ୍ଵାଭାବିକ ହୋଇଛି । ଗତ କିଛି ଦିନ ତଳେ ମଧ୍ୟ ଘାଟି ରାସ୍ତାରେ ଏକ ଟ୍ରକ୍ ସିରିଜ ଦୁର୍ଘଟଣା କରି ସାତ ଗାଡ଼ିକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିଲେ । ପ୍ରତିଦିନ ବାଙ୍ଗିରିପୋଷି ଘାଟି ଦେଇ ଶହ ଶହ ମାଲ ବୋଝେଇ ଟ୍ରକ୍‌ ଯାତାୟତ କରିଥାଏ। ମାତ୍ର ଅଣ ଅସାରିଆ ରାସ୍ତା ଯୋଗୁଁ ବହୁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ବହୁ ଜୀବନ ଯାଇଥାଏ। ହେଲେ ଦୁର୍ଘଟଣା ରୋକିବାକୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!