ନୟାଗଡ଼, (ବାଘୁଆବାର୍ତ୍ତା): ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମାଲ ବୋଝେଇ ଟ୍ରକ ବ୍ରେକ୍ ମାରୁ ମାରୁ କଣ୍ଟେନର ଚେନ୍ ଛିଡି ଯିବାରୁ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଭଳି ଦୁର୍ଘଟଣା ଘଟିଛି ଖଣ୍ଡଗିରି ଛକଠାରେ । ସୂଚନାନୁସାରେ, ଏକ ମାଲବୋଝେଇ ଟ୍ରକ୍ କଣ୍ଟେନର ଲୋଡ କରି ନେଉଥିବା ବେଳେ ଖଣ୍ଡଗିରି ଛକ ଠାରେ ବ୍ରେକ୍ ମାରିଥିଲା ଡ୍ରାଇଭର । ତେବେ କଣ୍ଟେନର ଚେନ୍ ଛିଣ୍ଡି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା । ଟ୍ରକ ଚାଳକର ଘଟଣାସ୍ଥଳରେ ମୃତ ହୋଇଥିବା ବେଳେ ଟ୍ରକ୍ ହେଲପର ଗୁରୁତର ଆହାତ ହୋଇ ଏମ୍ସ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି । ସେପଟେ ଖଣ୍ଡଗିରି ଥାନା ପୁଲିସ ଏହାର ତଦନ୍ତ କରୁଥିବା ଜଣାପଡିଛି ।





