ଜଗତସିଂହପୁର, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଦୁଃଖଦ ଖବର ଆସି ପହଞ୍ଚିଛି । ନଦୀ ସୂଅରେ ଭାସିଗଲେ ୩ଜଣ ଯୁବକ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଦୁଇ ଜଣଙ୍କୁ ନଦୀରୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣଙ୍କର ପତ୍ତା ମିଳିନାହିଁ । ତେବେ ଏଭଳି ଦୁଃଖଦ କଭର ଆସିଛି ତିର୍ତ୍ତୋଲ ଅଞ୍ଚଳରୁ । ସୂଚନାନୁସାରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଏରାଗାରୀ ନିକଟରେ ଥିବା ନାଇକିଆ ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ତିନି ଜଣ ଯୁବକ ନଦୀର ସୂଅରେ ଭାସି ଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୨ଜଣ ଯୁବକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଆଉ ଜଣେ ଯୁବକଙ୍କ ପତ୍ତା ମିଳିନାହିଁ । ତେବେ ନିଖୋଜ ଥିବା ଯୁବକ ଜଣକ ହେଲେ ଅଭିନା ମଲ୍ଲିକଙ୍କ ପୁଅ ସୁମନ୍ ମଲ୍ଲିକ୍ । ବର୍ତ୍ତାମାନ ସୁଦ୍ଧା ତିର୍ତ୍ତୋଲ ଅଗ୍ନିଶମ କର୍ମଚାରୀ ମାନେ ଖୋଜା ଖୋଜି ଜାରି ରଖିଥିବା ସୂଚନା ମିଳିଛି ।





