ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ତ୍ରିରଙ୍ଗା କେବଳ ଭାରତୀୟ ପତାକା ନୁହେଁ, ଏହା ଆମର ପରିଚୟ ଏବଂ ଆମ ପାଇଁ ଗର୍ବ ଓ ଗୌରବର ଗାଥା । ସାଧାରଣତନ୍ତ୍ର ଦିବସ ଓ ଗଣତନ୍ତ୍ର ଦିବସରେ ଯେତେବଳେ ତ୍ରୀରଙ୍ଗା ପତାକା ଉଡେ ସେହି ସମୟରେ ଆମ ମନରେ ଉତ୍ସାହ ଓ ଉଦ୍ଦିପନା ଭରିଦେଇ ଥାଏ । ତେଣୁ ତ୍ରିରଙ୍ଗା ପତାକାକୁ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍ଲାଇନ୍ ଜାରି କରିଛି । ଗାଇଡ୍ଲାଇନ୍ ଅନୁସାରେ, ଜାନୁୟାରୀ ୨୬ ଠାରୁ ପ୍ଲାଷ୍ଟିକ୍ ତ୍ରିରଙ୍ଗା ପତାକା ଉପରେ ରୋକ୍ ଲଗାଇଛନ୍ତି । ପ୍ଲାଷ୍ଟିକ୍ ନିର୍ମିତ ତ୍ରୀରଙ୍ଗା ପତାକା ପ୍ରାକୃତିକ ଭାବେ ନଷ୍ଟ ହୋଇନଥାଏ । ଏହାକୁ ନଷ୍ଟ କରିବାକୁ ବହୁ ସମୟ ଲାଗିଥାଏ । ତେଣୁ ପତାକାର ସମ୍ମାନକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ଲାଷ୍ଟିକ୍ ପତାକା ଉପରେ ରୋକ୍ ଲଗାଇଛନ୍ତି । କେବଳ କପଡ଼ା ଓ କାଗଜରେ ନିର୍ମିତ ତ୍ରୀରଙ୍ଗା ପତାକା ବ୍ୟବହାର କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶ ମିଳିଛି ।





