ପଟ୍ଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ଅଶୁଭ ରବିବାର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆଁ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗରରେ ଅଭାବନୀୟ ଘଟଣା । ଏକାଥରକେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ନେଇ ସଠିକ୍ ତଥ୍ୟ ଜଣାପଡିନାହିଁ । ହେଲେ ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ରବିବାର ଦିନ ସକାଳ ସମୟରେ ରାଜେନ୍ଦ୍ରନଗରର ଥିବା ଏକ ଘର ବାହାରୁ ବାପାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ଏହାପରେ ଘର ଭିତରକୁ ଦେଖିବା ବେଳକୁ ୨୫ ବର୍ଷୀୟ ପୁଅ ଏବଂ ମାଆଙ୍କ ମୃତଦେହ ପଡିଛି । ତେବେ ମୃତ୍ୟୁ ସଠିକ୍ କାରଣ ଏବେ ଯାଏଁ ଜଣାପଡିନାହିଁ । ହେଲେ ସମସ୍ତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ଏହି ଅଘଟଣ ସଂପର୍କରେ ଖବର ପାଇ ତାଳଚୁଆଁ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହିତ ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ମଧ୍ୟ ନେଇଛି ପୋଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ପରେ ହିଁ ମୃତ୍ୟୁ ସଠିକ୍ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।





