ନୟାଗଡ଼ (ବାଘୁଆବାର୍ତ୍ତା): କରୋନା ସମୟରେ ଅମ୍ଳଜାନର ଅଭାବ ଏବେ ମୁଖ୍ୟ ସମସ୍ୟା ପାଲଟିଛି । ଅମ୍ଳଜାନ ଅଭାବରୁ ଅନେକ ରୋଗୀଙ୍କ ମୃତ୍ୟୁ ଘଟୁଛି । ଲୋକେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଦେଲେ ବି ଅମ୍ଳଜାନ ସିଲିଣ୍ଡର ମିଳିବା କଷ୍ଟକର ହୋଇପଡୁଛି । ଏ ସମୟରେ କିଛି ବିଶେଷଜ୍ଞଙ୍କ ମତ ଯେ ଏମିତି କିଛି ଗଛ ଅଛି, ଯାହାକୁ ଲଗାଇଲେ ଅମ୍ଳଜାନର ଅଭାବ ଦେଖାଯିବ ନାହିଁ । ଏସବୁ ଗଛ ଲଗାଇଲେ ପ୍ରଚୁର ପରିମାଣରେ ଅମ୍ଳଜାନ ଉତ୍ପାଦନ ହୋଇପାରିବ ବୋଲି ଜଣାପଡ଼ିଛି ।
୧- ନିମ ଗଛ: ପ୍ରାକୃତିକ ଉପାୟରେ ବାୟୁ ମଣ୍ଡଳକୁ ଶୁଦ୍ଧ କରିବାର ସହଯୋଗ କରିଥାଏ ।
୨ – ଜାମୁ ଗଛ: ଜାମୁ ଗଛ ସଲଫର ଓ ନାଇଟ୍ରୋଜେନ ଗ୍ୟାସକୁ ବିଶୁଦ୍ଧ କରିବାରେ ସହଯୋଗ କରେ ।
୩ – ବର ଗଛ : ବିଶାଳକାୟ ଗଛ ହୋଇଥିବାରୁ ପ୍ରଚୁର ପରିମାଣରେ ଅମ୍ଳଜାନ ସୃଷ୍ଟି କରିଥାଏ ।
୪ – ଅଶୋକ ଗଛ: ପ୍ରଚୁର ପରିମାଣରେ ଅମ୍ଳଜାନ ସୃଷ୍ଟି କରିବା ସହ, ବାୟୁମଣ୍ଡଳର ଦୂଷିତ ଗ୍ୟାସକୁ ବିଶୁଦ୍ଧ କରିଥାଏ ।
୫ – ଅର୍ଜୁନ ଓ ଓସ୍ତ ଗଛ : ଏହି ଦୁଇ ବୃକ୍ଷ ଜୀବନ କାଳ ଭିତରେ ଯେତେ ପରିମାଣରେ ଅମ୍ଳଜାନ ସୃଷ୍ଟି କରନ୍ତି ତାହା କୌଣସି କଳକାରଖାନାରେ ଉତ୍ପାଦିତ ହୋଇପାରିବ ନାହିଁ ।
ଘର ଭିତରେ ଅମ୍ଳଜାନ ବୃଦ୍ଧି କରିବା ପାଇଁ ବିଭିନ୍ନ କିସମର ଛୋଟ ଗଛ ଲଗାଯାଇ ପାରିବ । ଏସବୁ କରୋନା ସମୟରେ ଅତ୍ୟନ୍ତ ଉପଯୋଗୀ । ଘର ଭିତରେ ଥିବା ଦୂଷିତ ବାୟୁକୁ ସଫା କରିବାରେ ଏହା ସହାୟକ ହୋଇଥାଏ ।
୧. ବିଭିନ୍ନ କିସମର ସାପ ଗଛ : ଏସବୁ ଡାଇନିଂ ଓ ବେଡରୁମରେ ରଖି ପାରିବେ । ଯାହାର ମୂଲ୍ୟ ୬୦ଟଙ୍କାରୁ ଆରମ୍ଭ ।
୨. ଘିଁକୁଆରୀ: ଏହା ଘର ଭିତରର ବାୟୁକୁ ଶୁଦ୍ଧ କରିବାରେ ସହଯୋଗ କରିବା ସହିତ ଅମ୍ଳଜାନ ସ୍ତର ବୃଦ୍ଧି କରିଥାଏ । ସବୁଠାରୁ ବଡ଼ କଥା ଏହି ଗଛ ନାସା ଦ୍ୱାରା ସ୍ୱୀକୃତି ପ୍ରାପ୍ତ ।
୩. ତୁଳସୀ ଗଛ: ଘରର ବାଲକୋନିରେ ଲଗାଇ ପାରିବେ । ହାଲ୍କା ସୂର୍ଯ୍ୟ କିରଣ ପଡୁଥିବା ସ୍ଥାନରେ ତିନିରୁ ଅଧିକ ତୁଳସୀ ଗଛ ଲଗାଇ ପାରିବେ ।
୪. ଗାର୍ଡେନିଆ: ଏହାକୁ ହିନ୍ଦୀରେ ଗନ୍ଧରାଜ କୁହାଯାଏ । ଚାରା ଦୋକାନରେ ଏହି ନାମ କହିଲେ ସହଜରେ ମିଳିଯିବ । ଛୋଟ ଗଛ ୨୦ଟଙ୍କା ଥିବା ବେଳେ ବଡ଼ ଗଛର ଦାମ ୧୦୦ ଟଙ୍କା ରହିଛି ।
୫. ସ୍ପାଇଡର ପ୍ଲାଣ୍ଟ: ଏହି ଗଛର ଅଧିକ ଯତ୍ନ ନେବାକୁ ପଡେନାହିଁ, କିନ୍ତୁ ସହଜରେ ବଢ଼ିଥାଏ ।
୬. ବେସ୍ ଲିଲି: ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଘର ଭିତରେ ଶୁଦ୍ଧ ଅମ୍ଳଜାନ ପ୍ରଦାନ କରିଥାଏ ।
୭. ମନିପ୍ଲାଣ୍ଟ: ଏହି ଗଛ ଘରର ଯେଉଁ କୋଣରେ ରଖିବେ, ତାହା ବୃଦ୍ଧି ପାଇବ । ଉଭୟ ମାଟି ଓ ପାଣିରେ ସହଜରେ ସହଜରେ ବଢ଼ିଥାଏ । ଏହି ଗଛ ନାସା ଦ୍ୱାରା ମଧ୍ୟ ସ୍ୱୀକୃତି ପ୍ରାପ୍ତ ।





