Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଆଇନ ଗଛ କଟାକୁ ନେଇ ଗ୍ରାମର ଦୁଇଗୋଷ୍ଠି ମଧ୍ୟରେ ଦେଖାଦେଇଛି ଉତ୍ତେଜନା

by ସଞ୍ଜୟ ସ୍ୱାଇଁ
September 25, 2021
in State
ବେଆଇନ ଗଛ କଟାକୁ ନେଇ ଗ୍ରାମର ଦୁଇଗୋଷ୍ଠି ମଧ୍ୟରେ ଦେଖାଦେଇଛି ଉତ୍ତେଜନା
131
VIEWS
Share on FacebookShare on Twitter

ବୋରିଗୁମ୍ମା, (ବାଘୁଆବାର୍ତ୍ତା): ବୋରିଗୁମ୍ମା ବନଖଣ୍ଡ ଅଧୀନସ୍ଥ କାମତା ସରକାରୀ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ବେଆଇନ ଗଛ କଟାକୁ ନେଇ ଗ୍ରାମର ଦୁଇଗୋଷ୍ଠି ମଧ୍ୟରେ ଦେଖାଦେଇଛି ଉତ୍ତେଜନା।ଗୋଟିଏ ଗୋଷ୍ଠି ଗ୍ରାମର ଉନ୍ନୟନ କାର୍ୟ୍ୟରେ ଅସୁବିଧା ହେଉଥିବା ଦର୍ଶାଇ, କମିଟିରେ ରେଜୁଲେସନ କରି ସରପଞ୍ଚଙ୍କ ଅନୁମୋତି ନେଇ ଏସବୁ ଗଛ କାଟିଛନ୍ତି। ସରପଂଚ ଧନୁର୍ଜୟ ଜାନୀଙ୍କ ଉପସ୍ଥିତିରେ ରେଜୁଲେସନ କରାଯାଇଛି । ସ୍କୁଲ ଖେଳ ପଡିଆକୁ ଯିବା ପାଇଁ ରାସ୍ତାର ପ୍ରଶସ୍ତି କରଣ ଏବଂ ରାସ୍ତା କଡରେ ଗୋଟିଏ ଗଛ ସୁଖୀ ଯାଇ ବିପଦ ସଂକୁଳ ଅବସ୍ଥାରେ ଥିବା ନେଇ ରେଜୁଲେସନରେ ଦର୍ଶାଇ ଗଛ କଟା ଯାଇ ଥିବା କହିଛନ୍ତି ସରପଞ୍ଚ । କଟାଯାଇଥିବା ୫ ଟି ଗଛ ମଧ୍ୟରେ ୨ଟି ଟିକ ଗଛ, ଦୁଇଟି ତେନ୍ତୁଳି ଗଛ ଓ ଗୋଟିଏ ଚାକୁଣ୍ଡା ଗଛ ରହିଛି।ଗତକାଲି ଏସବୁ ଗଛ କଟା ହୋଇଥିବା ବେଳେ ଏହାକୁ ନେଇ ଅନ୍ୟଏକ ଗୋଷ୍ଟି ବୋରିଗୁମ୍ମା ବନ ବିଭାଗ ରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଘଟଣା ସ୍ଥଳରେ ବନପାଳ, ବନରଖି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ବିନା ଅନୁମୋତିରେ ସବୁ ଗଛ କଟାଯାଇଛି। ଏହାର ତଦନ୍ତ ହେବ ବୋଲି କହିଛନ୍ତି ବନପାଳ ଜିତେନ କୁମାର ପ୍ରଧାନ।ସେପଟେ ଗଛଟି ସୁଖିଯାଇଥିଲା ତେଣୁ ବିପଦର ଆଶଙ୍କା କରି ଗଛ କଟା ଯାଇଛି ବୋଲି ସଫେଇ ଦେଇଛନ୍ତି କାମୁତା ସରପଞ୍ଚ ଧନୁର୍ୟ୍ୟୟ ଜାନୀ। ବନବିଭାଗ ତରଫରୁ ନିରପେକ୍ଷ ତଦନ୍ତ ନକଲେ ଉପରସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି କହିଛନ୍ତି ଅଭିଯୋଗ କାରୀ ଜାଗଦିସ ଚନ୍ଦ୍ର ମଣ୍ଡଳ ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!