Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦାୟିତ୍ୱ ଗ୍ରହଣ ପୂର୍ବରୁ ବାହାରିଲା ବଦଳି ନିର୍ଦ୍ଦେଶ

by ସଞ୍ଜୟ ସ୍ୱାଇଁ
January 13, 2025
in Nayagarh, State
ଦାୟିତ୍ୱ ଗ୍ରହଣ ପୂର୍ବରୁ ବାହାରିଲା ବଦଳି ନିର୍ଦ୍ଦେଶ
1.1k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଖୋର୍ଦ୍ଧା ଉପଜିଲ୍ଲାପାଳ ଦିପ୍ତୀରଞ୍ଜନ ସେଠୀଙ୍କ ସିଡିଓ ଢେଙ୍କାନାଳ ଭାବେ ନିକଟରେ ବଦଳି ହୋଇଛି । ଆଜି ସେ ଖୋର୍ଦ୍ଧାରୁ ରିଲିଭ୍ ହେବାକୁ ଥିବା ବେଳେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦାୟିତ୍ୱ ନେବାକୁ ଥିବା ପଦ୍ମଚରଣ ସାହୁ ଦାୟିତ୍ୱ ଗ୍ରହଣ ପୂର୍ବରୁ ବଦଳି ନିର୍ଦ୍ଦେଶ ବାହାରିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ଡେପୁଟି ସେକ୍ରେଟେରୀ ଭାବେ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦାୟିତ୍ୱ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହକାରୀ ଅତିରିକ୍ତ ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଦିପ୍ତିରଞ୍ଜନ ସେଠୀ ତାଙ୍କ ଦାୟିତ୍ୱ ପଦ୍ମଚରଣ ସାହୁଙ୍କୁ ପ୍ରଦାନ କରିବାକୁ ଥିବା ବେଳେ ହଠାତ୍ ବଦଳି ନିର୍ଦ୍ଦେଶ ବାହାରିବା ଆଲୋଚନାର ବିଷୟ ପାଲଟିଛି । ଖୋର୍ଦ୍ଧା ରାଜନୀତିରେ ଉପ ଜିଲ୍ଲାପାଳ ପଦବୀ ରାଜନୈତିକ କନ୍ଦୁକ ପାଲଟିଲା ବୋଲି ଜୋରଦାର ଆଲୋଚନା ହେଉଛି । ପଦ୍ମଚରଣ ସାହୁ ବିଗତ ଦିନରେ ଖୋର୍ଦ୍ଧା ତହସିଲଦାର ଭାବେ କାର୍ଯ୍ୟ କରିଥିଲେ । ସେ ତହସିଲଦାର ଥିବା ସମୟରେ ପଥର ମାଫିଆଙ୍କ ରାଜୁତି ବୃଦ୍ଧି ପାଇଥିଲା । ଅନେକ ପଥର ମାଫିଆଙ୍କୁ ଭିତିରିଆ ସମର୍ଥନ ଦେଇ ଖୋର୍ଦ୍ଧାର ରାଜସ୍ୱ ହାନୀ କରିବାରେ ତାଙ୍କ ନାମ ରହିଥିଲା । ସେ ଉପ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ବଦଳି ନିର୍ଦ୍ଦେଶ ଖୋର୍ଦ୍ଧାରେ ଭିନ୍ନ ବାତାବରଣ ସୃଷ୍ଟି କରିଛି । ଆଜି ପଦ୍ମଚରଣ ସାହୁ ଅପରାହ୍ନ ୪ଟା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ କାର୍ଯ୍ୟାଳୟକୁ ଉପଜିଲ୍ଲାପାଳ ଭାବେ ଜଏନ କରିବାକୁ ପହଞ୍ଚିଥିଲେ । ସେଠାରେ ସେ ଜିଲ୍ଲାପାଳଙ୍କଠାରୁ ବଦଳି ସମ୍ପର୍କରେ ସୂଚନା ପାଇ ଫେରି ଯାଇଥିବା ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!