ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ୫୫ ଜଣ ବ୍ଲକ ଶିକ୍ଷା ଅଧିକାରୀ ଓ ପ୍ରଧାନ ଶିକ୍ଷକ ମାନଙ୍କର ବଦଳୀ କରିଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ କାର୍ଯ୍ୟରତ ବ୍ଲକ ଶିକ୍ଷା ଅଧୀକାରୀ ବନଲତା ବେହେରାଙ୍କର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକକୁ ବଦଳୀ ହୋଇଛି । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବ୍ଲକ ଶିକ୍ଷା ଅଧୀକାରୀ ପିଣ୍ଟୁ ପ୍ରଧାନଙ୍କର ରଣପୁର ବ୍ଲକକୁ ବଦଳୀ ହୋଇଛି । ଓଡ଼ଗାଁ ବ୍ଲକରେ କାର୍ଯ୍ୟରତ ବ୍ଲକ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁଙ୍କର କେନ୍ଦ୍ରାପଡା ବଦଳୀ ହୋଇଛି । ଭାପୁର ବ୍ଲକରେ କାର୍ଯ୍ୟରତ ବ୍ଲକ ଶିକ୍ଷା ଅଧୀକାରୀ ଶଙ୍କରସଣ ଷଡ଼ଙ୍ଗୀଙ୍କର ପୋଲସରା ଗୋପବନ୍ଧୁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଭାବେ ବଦଳୀ ହୋଇଛି । ପୋଲସରା ଗୋପବନ୍ଧୁ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା ରଥଙ୍କର ଭାପୁର ବ୍ଲକ ଶିକ୍ଷା ଅଧୀକାରୀ ଭାବେ ବଦଳି ହୋଇଛି ।