ନୟାଗଡ, (ବାଘୁଆବାର୍ତ୍ତା): ଜିଲ୍ଲା ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଦ୍ଧକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଚ୍ଛଖଣ୍ଡଙ୍କ ସଭାପତିତ୍ଵରେ ନୂଆ ବସ ଷ୍ଟାଣ୍ଡ ନିକଟତସ୍ଥ ସେବା ଅନୁଷ୍ଠାନଠାରେ ସମାଜର ତୃତୀୟ ଲିଙ୍ଗ (କିନ୍ନର) ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସେବା ଅନୁଷ୍ଠାନର ସମ୍ପାଦକ ସଞ୍ଜୟ ଶୁବୁଦ୍ଧି ଅତିଥୀ ସ୍ଵାଗତ ସହିତ ପରିଚୟ ପ୍ରଦାନ କରିଥିଲେ। ସଚିବ ଅଞ୍ଜଳି ମଛଖଣ୍ଡ, କିନ୍ନର ମାନଙ୍କ ପାଇଁ ଆଇନରେ ଥିବା ଅଧିକାର, କର୍ତ୍ତବ୍ୟ, ବିଧି ବ୍ୟବସ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ସମବେତ ଶିବିରାର୍ଥୀ ମାନଙ୍କୁ ବୁଝାଇଥିଲେ ।

ଆଜି କିନ୍ନରମାନେ ସରକାରଙ୍କ ବିଭିନ୍ନ ପଦ ପଦବୀରେ ରହି ସୂଚାରୁ ରୂପେ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିପାରୁଛନ୍ତି । ଏମାନେ ସମାଜରେ ଅବହେଳିତ ନୁହନ୍ତି । କିନ୍ନରମାନେ ନିଜ ନିଜ ର ମତ ବ୍ୟକ୍ତ କରିଥିଲେ । ସେମାନେ ମଧ୍ୟ ଅନୁପ୍ରାଣିତ ହୋଇ ସମାଜ ପାଇଁ ତଥା ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରତିଶ୍ରୁତି ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥୀ ପୌରପାଳିକା ଅଧକ୍ଷ୍ୟା ନିରୂପମା ଖଟେଇ, ସରକାରୀ ଅଧିବକ୍ତା ଦଣ୍ଡପାଣି ସ୍ଵାଇଁ , ବରିଷ୍ଠ ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା, ଅଧିବକ୍ତା କାମାକ୍ଷା ପ୍ରସାଦ ଦାଶ ଏବଂ ଅମନ ମିଶ୍ର ଆଦି ବକ୍ତବ୍ୟ ରଖିଥିଲେ।

ଉକ୍ତ ଶିବିରକୁ ସଫଳ କରିବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆଇନ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା,ଜିନୁ ସାହୁ, ଶୁଭସ୍ମିତା ମିଶ୍ର, ପ୍ରମୋଦ ମହାନ୍ତି, ପ୍ରାଧିକରଣର କର୍ମଚାରୀ ପବନ କୁମାର ବେହେରା, ଗଗନ ବିହାରୀ ନାୟକ, ରାଜେଶ କୁମାର ବାରିକ ଏବଂ ମା ଦକ୍ଷିଣ କାଳି କିନ୍ନର ସଂଘର ସଭାପତି ଆନନ୍ଦ ନାୟକ ସହଯୋଗ କରିଥିଲେ।






