ନୟାଗଡ଼, (ବାଘୁଆବାର୍ତ୍ତା): ଆଇଏଏସ ସ୍ତରରେ ବଡ଼ ଧରଣର ବଦଳି । ବଦଳିଲେ ନୟାଗଡ଼ ଜିଲ୍ଲାପାଳ ଡ଼ପୋମା ଟୁଡୁ । ଜିଲ୍ଲାପାଳ ଡ଼ ଟୁଡୁଙ୍କର ଓଡ଼ିଶା ଟେଷ୍ଟ ମେଡିକାଲ କୋପରେସନ୍ କୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ନୟାଗଡ଼ ଜିଲ୍ଲାକୁ ମିଳିଛି ନୁତନ ଜିଲ୍ଲାପାଳ । ନୟାଗଡ଼ ଜିଲ୍ଲାକୁ ନୂତନ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁଙ୍କୁ ନିଯୁକ୍ତ ଦିଆଯାଇଥିବା ସୂଚନା ମିଳିଛି । ସୂଚନାନୁସାରେ, ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଇଏଏସ ସ୍ତରରେ ଅଦଳ ବଦଳ କରାଯାଇଛି । ୮ଜଣ ଆଇଏଏସଙ୍କୁ ନୂତନ ଦାୟୀତ୍ୱ ପ୍ରଦାନ କରାଯାଇଛି । ତେବେ ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କୁ ବଦଳି କରଯାଇ ତାଙ୍କୁ ଓଡ଼ିଶା ଔଷଧ ନିଗରମର ଏମ.ଡି ଭାବେ ଦାୟୀତ୍ୱ ଦିଆଯାଇଥିବା ବେଳେ ରବିନ୍ଦ୍ରନାଥ ସାହୁଙ୍କୁ ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ସେହିପରି ଭାବେ କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଅତିରିକ୍ତ ଦାୟୀତ୍ୱ ଭାବେ ବରଗଡ଼ ଉପ ଜିଲ୍ଲାପାଭ ଭାବେ ଦାୟୀତ୍ୱ ପ୍ରଦାନ କରାଯାଇଛି । କେ.ଆଶୁତୋଷଙ୍କୁ ବ୍ରହ୍ମପୁର ଉପ ଜିଲ୍ଲାପାଳ, ମଧୁମିତାଙ୍କୁ ବାଲିଗୁଡ଼ା ଉପ ଜିଲ୍ଲାପାଳ, ବେଦ ଭୂଷଣଙ୍କୁ ଧର୍ମଗଡ଼ର ଉପ ଜିଲ୍ଲାପାଳ, ସି.କେ ମୋତିଲାଲଙ୍କୁ ବାଲେଶ୍ୱର ଉପ ଜିଲ୍ଲାପାଳ ଓ ବିଭୂତି ଭୂଷଣ ନାୟକଙ୍କୁ କୁଚିଣ୍ଡା ଉପ ଜିଲ୍ଲାପାଳ ଭାବେ ଦାୟୀତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।





