Monday, October 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଦଳିଲେ ତହସିଲଦାର, ବିଡ଼ିଓ ଓ ଡେପୁଟି କଲେକ୍ଟର

by ସଞ୍ଜୟ ସ୍ୱାଇଁ
September 13, 2023
in Breaking, Nayagarh
ବରିଷ୍ଠ ଓଏଏସ ଅଫିସରଙ୍କୁ ପଦୋନ୍ନତି ସହ ବଦଳି
598
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ୨୦୨୪ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି l ରାଜ୍ୟରେ ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୨୯୫ଜଣ ବିଡ଼ିଓ, ତହସିଲଦାର ଓ ଡେପୁଟି କଲେକ୍ଟରଙ୍କୁ ଅଦଳ ବଦଳ କରାଯାଇଥିବା ଦେଖିବାକୁ ମିଳିଛି l ଉକ୍ତ ଅଦଳ ବଦଳ ଭିତରେ ନୟାଗଡ଼ ଜିଲ୍ଲାର ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କୁ ବଦଳି କରାଯାଇ ଖଜୁରୀପଡା ତହସିଲର ତହସିଲଦାର ଭାବେ ନିଯୁକ୍ତ କରାଯାଇଥିବା ବେଳେ ନୟାଗଡ଼ର ଅତିରିକ୍ତ ତହସିଲଦାର ରାଜେଶ କେଶରୀ ସ୍ୱାଇଁଙ୍କୁ ନୟାଗଡ଼ ତହସିଲଦାର ଭାବେ ନିଯୁକ୍ତ କରାଯାଇଛି l ସେହିପରି ଭାବେ ଓଡ଼ଗାଁ ତହସିଲଦାର ଅନିଲ କୁମାର ଆଚାର୍ଯ୍ୟଙ୍କୁ ରେଙ୍ଗାଲି ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ କଟକ ତହସିଲଦାର ମାନସ ରଞ୍ଜନ ଭୋଇଙ୍କୁ ଓଡ଼ଗାଁ ତହସିଲଦାର ଭାବେ ନିଯୁକ୍ତ କରାଯାଇଛି l ବେଲଗୁଣ୍ଠାର ବିଡ଼ିଓ ରୋଶନ ଶତପଥୀଙ୍କୁ ବଦଳି କରାଯାଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ତହସିଲଦାର ଭାବେ ନିଯୁକ୍ତ କରାଯାଇଛି l ମୋହନା ବିଡ଼ିଓ ତପସ୍ୱିନୀ ହାସଂଦାଙ୍କୁ ବଦଳି କରାଯାଇ ନୟାଗଡ଼ ଡେପୁଟି କଲେକ୍ଟର ଭାବେ ନିଯୁକ୍ତ କରାଯାଇଛି, ସେହିପରି କେନ୍ଦ୍ରାପଡ଼ାର ଡେପୁଟି କଲେକ୍ଟର ଆନନ୍ୟା ତ୍ରିପାଠୀଙ୍କୁ ନୟାଗଡ଼ ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଛି l ବୁଗୁଡ଼ା ବିଡ଼ିଓ ବାସୁଦେବ ନାୟକଙ୍କୁ ନୟାଗଡ଼ ନୂଆଗାଁ ବ୍ଲକ ବିଡ଼ିଓ ଭାବେ ନିଯୁକ୍ତ କରାଯାଇଛି l ସେହିପରି ଭାବେ ନୟାଗଡ଼ର ଡେପୁଟି କଲେକ୍ଟର ଅରୁଣ କୁମାର ଦାସଙ୍କୁ ବଦଳି କରାଯାଇ ଓଡ଼ିଶା ସିଡ଼ିର କର୍ପୋରେସନର ଆଡିମିଷ୍ଟର ଅଫିସର ଭାବେ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!