ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଭ୍ୟାକସିନର ସେକେଣ୍ଡ ଡୋଜ୍ ଟିକାକରଣ ୧୦ ତାରିଖ ଠାରୁ ଆରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନସ୍ଥାନରେ ଟିକାକରଣ କରାଯାଉଥିବା ବେଳେ ସ୍ଥାନ ପରିବର୍ତ୍ତନ ନେଇ ଜିଲ୍ଲା ପ୍ରଶାସନ ସୂଚନା ଦିଆଯାଉଛି । ପ୍ରତ୍ୟେକ ଦିନର ଟିକାକରଣ ସ୍ଥାନ ପରିବର୍ତ୍ତନ ହେଉଥିବା ବେଳେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା କାଲି ୧୨ତାରିଖ ଟିକାକରଣ ପାଇଁ ପ୍ରଥମେ ୫ଟି ସ୍ଥାନ ଘୋଷଣା କରିଥିଲେ । ହେଲେ ପୁଣି ରାତି ୧୦ଟା ପରେ ଏଥିରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ସେଗୁଡିକ ହେଲା ଦଶପଲ୍ଲା ବ୍ଲକର ବାଣିଗୋଛା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗଣିଆ ବ୍ଲକର ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଖଣ୍ଡପଡ଼ା ବ୍ଲକର ଢୋଲମରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଓଡ଼ଗାଁ ବ୍ଲକର ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସନ୍ତା କାଲି ୪୫ବର୍ଷରୁ ବ୍ୟକ୍ତି ବିଶେଷମାନଙ୍କୁ କୋଭିଡ୍ ଟିକାକରଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ରାତି ୧୦ଟା ପରେ ସୂଚନା ଦିଆଯାଇଛି ।





