Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଦଳିଲେ ଜିଲ୍ଲାର ୯ ଥାନା ଅଧିକାରୀ

by Anil Panda
September 7, 2020
in Breaking, Nayagarh
ବଦଳିଲେ ଜିଲ୍ଲାର ୯ ଥାନା ଅଧିକାରୀ
4k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ୯ଟି ଥାନା ଅଧିକାରୀଙ୍କୁ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ବଦଳି କରିଥିବା ଜଣାଯାଇଛି । ଡିଓ ନଂ ୧୦୯୭ ଅନୁଯାୟୀ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ରଙ୍କର ନୂଆଗାଁ ଥାନାକୁ ବଦଳି ହୋଇଥିବା ବେଳେ ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକଙ୍କର ଇନିପେକ୍ଟର ଆୟୁସିଏଏବ୍ଲ୍ୟୁ ଭାବେ ବଦଳି କରାଯାଇଛି । ସେହିଭଳି ଭାବେ ଦଶପଲ୍ଲା ଥାନା ଅଧିକାରୀ ବିଶ୍ୱଜିତ ରାତତରାୟଙ୍କର ଖଣ୍ଡପଡ଼ା ଥାନାକୁ ବଦଳି ହୋଇଥିବା ବେଳେ ଖଣ୍ଡପଡ଼ା ଥାନା ଅଧିକାରୀ ବିମଳ ମଲ୍ଲିକଙ୍କର ଶରଣକୂଳ ଥାନାକୁ ବଦଳି ହୋଇଛି । ସେହିଭଳି ଭାବେ ଶରଣକୂଳ ଥାନା ଅଧିକାରୀ କିରଣ ହେମ୍ରମଙ୍କୁ ଦଶପଲ୍ଲା ଥାନା ଅଧିକାରୀ ଭାବେ ବଦଳି କରାଯାଇଥିବା ଜଣାଯାଇଛି । ନିକଟରେ ଚାନ୍ଦପୁର ଥାନା ଦାୟିତ୍ୱ ଗ୍ରହଣ କରିଥିବା ଜ୍ୟୋତିପ୍ରକାଶ ପଣ୍ଡାଙ୍କର ରଣପୁର ଥାନାକୁ ବଦଳି କରାଯାଇଥିବା ବେଳେ ରଣପୁର ଥାନା ଅଧିକାରୀ ରଶ୍ମି ରଂଜନ ଦାଶଙ୍କୁ ଚାନ୍ଦପୁର ଥାନାକୁ ବଦଳି କରାଯାଇଥିବା ଜଣାପଡ଼ିଛି । ଶ୍ରେଷ୍ଠ ଏସ୍‌ଆଇ ଭାବେ ପୁରସ୍କୃତ ହୋଇଥିବା ଗଣିଆ ଥାନା ଅଧିକାରୀଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଥିବା ବେଳେ କଣ୍ଟିଲୋ ପାଣ୍ଡି ଜେ.ପି ପରିଡ଼ାଙ୍କୁ ଗଣିଆ ଥାନାକୁ ବଦଳି କରାଯାଇଛି । କଣ୍ଟିଲୋ ଫାଣ୍ଡିରେ ବର୍ତ୍ତମାନ ପାଇଁ କାହାରିକୁ ଦାୟିତ୍ୱ ଦିଆଯାଇନଥିବା ଜଣାଯାଇଛି । ଜିଲ୍ଲାରେ ଗୋଟିଏ ଥରରେ ଏତେ ସଂଖ୍ୟାରେ ଥାନା ଅଧିକାରୀ ବଦଳିକୁ ନେଇ ଆଜି ତମାମ୍ ଚର୍ଚ୍ଚା ଲାଗି ରହିଛି । ପୁଲିସ ବିଭାଗରେ ଦୀର୍ଘ ଦିନ ହେବ ଥାନା ଅଧିକାରୀଙ୍କ ବଦଳି ହୋଇନଥିବାରୁ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ସୃଷ୍ଟି ହେଉଥିବା ଏବଂ ମନମୁଖୀ ଶାସନ ଚାଲିଥିବାର ଅଭିଯୋଗ ହୋଇ ଆସୁଥିଲା । ଆଜି ଏହି ବଦଳି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଏସ୍‌ପି ଆର୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!