ନୟାଗଡ଼଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ାଠାରେ ଟ୍ରେନରେ କଟି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପରିଚୟ ମିଳି ପାରି ନଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ସୂଚନାନୁସାରେ, ଆଜି ସେବା ଏକ୍ସପ୍ରେସ ଟ୍ରେନ ଭୂବନେଶ୍ୱରୁ ନୟାଗଡ଼କୁ ଆସି ସାରିବା ପରେ ରେଳ ଲାଇନରେ ମୃତଦେହ ପଡ଼ିଥିବା ଦେଖାଯାଇଛି ।





