Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ, ପୁଅର ଶବ ଆଣିଦେବାକୁ ପରିବାର ଲୋକଙ୍କ ସମେତ ଅଂଚଳବାସୀ ପ୍ରଶାସନକୁ ଅନୁରୋଧ

by ସଞ୍ଜୟ ସ୍ୱାଇଁ
October 6, 2021
in State
ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ, ପୁଅର ଶବ ଆଣିଦେବାକୁ ପରିବାର ଲୋକଙ୍କ ସମେତ ଅଂଚଳବାସୀ ପ୍ରଶାସନକୁ ଅନୁରୋଧ
98
VIEWS
Share on FacebookShare on Twitter

ଦାରିଙ୍ଗବାଡ଼ି, (ବାଘୁଆବାର୍ତ୍ତା): ନିଜ ଗାଁରେ କାମ ନ ମିଳିବାରୁ ଦାଦନ ଖଟିବାକୁ କେରଳ ଯାଇଥିଲେ । ହେଲେ ସେଠାରେ ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ । ଶବ ଆଣିବାକୁ ପରିବାର ଲୋକଙ୍କ ପାଖରେ ନାହିଁ ଅର୍ଥ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିସୁବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୁଃଖ ଦାୟକ ଘଟଣା । ଏହି ଗ୍ରାମର ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ୨୨ ବର୍ଷୀୟ ପୁଅ ରମାକାନ୍ତ ପ୍ରଧାନ ଦାଦନ ଖଟିବାକୁ କେରଳର ତ୍ରିଶୁର ଅଂଚଳକୁ ଗତ ୨୦୧୯ ମସିହାରେ ଯାଇଥିଲା । ପରିବାର ପ୍ରତିପୋଷଣ ପାଇଁ ଘରକୁ ଟଙ୍କା ମଧ୍ୟ ପଠାଉଥିଲା । ହେଲେ ପରିବାର ଲୋକ ବୁଧବାର ଦିନ ଖବର ପାଇଲେ , ପୁଅ ରମାକାନ୍ତ ପ୍ରଧାନର ଶବ କେରଳ ସ୍ଥିତ କୋରାଟେ ପୋଲିସ ଷ୍ଟେସନ ଅଂଚଳର ଏକ ରେଳ ଲାଇନ ଉପରେ ପଡ଼ିରହିଛି । ଶବକୁ ରେଳ ପୋଲିସ ଜବତ କରି ଦାରିଙ୍ଗବାଡ଼ି ଥାନାକୁ ସୂଚନା ଦେଇଥିଲା । ଏ ନେଇ କୋରାଟେ ପୋଲିସ ଷ୍ଟେସନରେ ଅପମୃତ୍ୟୁ ମାମଲା ନଂ ୮୨୮/୨୧ ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ନେବାକୁ ପରିବାର ଲୋକଙ୍କୁ ଜଣାଇଦେବାକୁ ରେଳବାଇ ପୋଲିସ ଦାରିଙ୍ଗବାଡ଼ି ଥାନାକୁ କହିଥିଲେ । ଦାରିଙ୍ଗବାଡ଼ି ପୋଲିସ ରମାକାନ୍ତଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦେଇଥିବା ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ପରିବାର ଲୋକଙ୍କ ପାଖରେ ଟଙ୍କା ନ ଥିବା ଯୋଗୁଁ ସେମାନେ ଏତେ ଦୂରରୁ ପୁଅର ଶବ ଆଣିବାକୁ ସକ୍ଷମ ନୁହନ୍ତି । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପୁଅର ଶବ ଆଣିଦେବାକୁ ପରିବାର ଲୋକଙ୍କ ସମେତ ଅଂଚଳବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!