Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶବ ଗୃହରୁ ବାପାକୁ ମିଳିଲା ବଞ୍ଚିଥିବା ପୁଅ

by ସଞ୍ଜୟ ସ୍ୱାଇଁ
June 5, 2023
in Feature News
ଟ୍ରେନ ଦୁର୍ଘଟଣା: ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ ବାତିଲ
407
VIEWS
Share on FacebookShare on Twitter

ବାହାନଗା, (ବାଘୁଆବାର୍ତ୍ତା): ବାହାନଗା ଟ୍ରେନ ଦୁର୍ଘଟଣା ନେଇ ଅନେକ ହୃଦୟବିଦାରକ କାହାଣୀ ସାମ୍ନାକୁ ଆସୁଛି । କେଉଁଠି ପୂରା ପରିବାର ଶେଷ ହୋଇଯାଇଥିବା ବେଳେ ଆଉ କେଉଁଠି ଶିଶୁର ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଯାଇଛି । ଅନେକ ଏଭଳି ଆହତ ଅଛନ୍ତି ଯେଉଁମାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଆଉ କିଛି ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କ ଭିତରେ ସାମିଲ ଅଛନ୍ତି ୨୪ ବର୍ଷୀୟ ବିଶ୍ୱଜିତ ମଲ୍ଲିକ । ବିଶ୍ୱଜିତ ମୃତଦେହ ଥିବା ସ୍ଥାନକୁ ଯାଇ ମଧ୍ୟ ଜୀବିତ ରହିଛନ୍ତି । ଶୁଣିବାକୁ ଆଶ୍ଚର‌୍ୟ୍ୟ ଲାଗୁଛି ଯେ ମୃତବ୍ୟକ୍ତି ଭାବେ ଶବ ଗୃହକୁ ଯାଇ ଜଣେ ବ୍ୟକ୍ତି ଜୀବିତ ହେଲେ କେମିତି? ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ବିଶ୍ୱଜିତଙ୍କୁ ତାଙ୍କ ବାପା କିଛି ସମୟ ପୂର୍ବରୁ ସାଲିମାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସରେ ବସାଇଦେଇଥିଲେ । ସେତେବେଳେ ତାଙ୍କୁ ଜଣାନଥିଲା ଯେ ଆଗାମୀ ଦିନରେ ତାଙ୍କ ପୁଅ ଏତେବଡ ଦୁର୍ଘଟଣାର ସାମ୍ନା କରିବାକୁ ଯାଉଛି । କିଛି ଘଣ୍ଟା ପରେ ଯେତେବେଳେ ବିଶ୍ୱଜିତଙ୍କ ବାପା ହିଲାରାମ ମଲିକଙ୍କୁ ଦୁର୍ଘଟଣା ବାବଦରେ ଖବର ମିଳିଥିଲା ସେତେବେଳେ ସେ ତାଙ୍କ ପୁଅ ମୋବାଇଲକୁ ଫୋନ ଲଗାଇଥିଲେ । ସଂଯୋଗବଶତଃ ବିଶ୍ୱଜିତ ଫୋନ ଉଠାଥିଲେ । ଆହତ ହେବା କାରଣରୁ ସେ ଅଧିକ କିଛି କହିପାରିନଥିଲେ । ସେ ଏହା ଅନ୍ଦାଜ ଲଗାଇପାରିଥିଲେ ଯେ ବିଶ୍ୱଜିତକୁ ଗମ୍ଭୀର ଆଘାତ ଲାଗିଛି । ଏହା ପରେ ବିଶ୍ୱଜିତଙ୍କ ବାପା ଏକ ଆମ୍ବୁଲାନ୍ସ ଡକାଇ ତାଙ୍କ ସମ୍ପର୍କୀୟଙ୍କ ସହ ବାଲେଶ୍ୱର ଅଭିମୁଖେ ବାହାରିଥିଲେ । ୨୩୦ କିମି ଯାତ୍ରା କରି ସେ ବାଲେଶ୍ୱରରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ବିଶ୍ୱଜିତକୁ ଖୋଜିବା ଆରମ୍ଭ କରିଦେଇଥିଲେ । ତେବେ ତାଙ୍କର କୌଣସି ଖୋଜଖବର ମିଳିପାରିନଥିଲା । ସମୟ ସହ ସମସ୍ତଙ୍କ ଆଶା ମଉଳିବାରେ ଲାଗିଥିଲା । ତେବେ ବାପାଙ୍କର ଭରସା ଥିଲା ଯେ ପୁଅ ନିହାତି ଜୀବିତ ଅଛି । ଘଟଣାସ୍ଥଳରେ ତାଙ୍କ ପୁଅ ବାବଦରେ ପଚରାଉଚରା କରିବା ପରେ ହାଲିରାମ ଶବଗୃହରେ ପହଞ୍ଚି ଯାଇଥିଲେ । ଏଠାରେ ମୃତକଙ୍କ ଶବ ରଖାଯାଇଥିଲା ପ୍ରଥମେ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିନଥିଲା । ତେବେ କିଛି ସମୟ ପରେ ଜଣଙ୍କର ନଜର ପଡିଥିଲା ଜଣେ ବ୍ୟକ୍ତିଙ୍କ ଉପରେ ଯାହାଙ୍କର ଡାହାଣ ହାତ ହଲିବାରେ ଲାଗିଥିଲା । ହାଲିରାମ ଦେଖିଥିଲେ ଯେ ଏହା ବିଶ୍ୱଜିତଙ୍କ ହାତ ଭଳି ଲାଗୁଥିଲା ତୁରନ୍ତ ତାଙ୍କ ସେଠାରୁ ବାହାର କରି ବାଲେଶ୍ୱର ମେଡିକାଲ ନିଆଯାଇଥିଲା । ଗୁରୁତର ଥିବା କାରଣରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ତାଙ୍କ ବାପା ତାଙ୍କୁ ସେଠାରୁ ନିଜ ସାଥିରେ ନେଇଯାଇଛନ୍ତି । ଯେହେତୁ ତାଙ୍କ ପାଖରେ ଆମ୍ବୁଲାନ୍ସ ଉପଲବ୍ଧ ଥିଲା ବଣ୍ଡରେ ଦସ୍ତଖତ କରି ସେମାନେ ତାଙ୍କୁ ସେଠାରୁ ନେଇଯାଇଛନ୍ତି । ବର୍ତ୍ତମାନ ତାଙ୍କ ଚିକିତ୍ସା କୋଲକାତାର ଏସକେଏସ ଡାକ୍ତରଖାନାରେ ଜାରିରହିଛି । ତାଙ୍କ ହାତ ଏବଂ ପାଦରେ ଆଘାତ କାରଣରୁ ସେ ଗୁରୁତର ରହିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!