ନୟାଗଡ଼, (ବାଘୁଆବାର୍ତ୍ତା): ଛତିଶଗଡ଼ରେ ଏକ ପାସେଞ୍ଜର ଟ୍ରେନକୁ ଅଟକାଇ ଦେଇଛନ୍ତି ମାଓବାଦୀ । ଅପରେସନ ପ୍ରହାରକୁ ବିରୋଧ କରି ନକ୍ସଲ ମାନେ ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ଏକ ପାସେଞ୍ଜର ଟ୍ରେନ୍ କୁ ଅଟକାଇଥିଲେ । ବଚେଲି ଓ ଭାନସି ମଝିରେ ଥିବା ଜଙ୍ଗଲ ରାସ୍ତାରେ ଶତାଧିକ ମାଓବାଦୀ ଟ୍ରେନ୍ଟିକୁ ଅଟକାଇ ଆସନ୍ତା ୨୬ ତାରିଖ ଭାରତ ବନ୍ଦ କରିବା ଲାଗି ପାସେଞ୍ଜର ମାନଙ୍କୁ ମାଓ ପୋଷ୍ଟର ଦେଇଥିଲେ । ଏହା ସହ ଟ୍ରେନର ବଗିରେ ମଧ୍ୟ ନକ୍ସଳ ମାନେ ଏହି ସବୁ ମାଓ ପୋଷ୍ଟର ଲଗାଇଥିଲେ । ଦୁଇ ଘଣ୍ଟାରୁ ଅଧିକ ଅଧିକ ସମୟ ଧରି ସେଠାରେ ଉକ୍ତ ଟ୍ରେନ୍ଟି ସେଠାରେ ଅଟକି ରହିବା ପରେ ଗୋଟିଏ ଇଞ୍ଜିନ ଓ ଗୋଟିଏ ବଗିକୁ ନକ୍ସଲ ମାନେ ଖୋଲି ଦେଇଥିଲେ । ହେଲେ ଅଧା ରେଳକୁ ନେଇ ପାସେଞ୍ଜର ମାନଙ୍କୁ ସୁରକ୍ଷିତ ଅବସ୍ଥାରେ କିରାଣ୍ଡୁଲ ପହଁଞ୍ଚିଥିଲା ଟ୍ରେନ୍ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।





