ବାରିପଦା,(ବାଘୁଆବାର୍ତ୍ତା): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ବୁଧବାରଠାରୁ ବାଙ୍ଗିରିପୋଷି-ରୂପ୍ସା ଡିଏମ୍ୟୁ ଟ୍ରେନ୍ ଚଳାଚଳ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି ଦକ୍ଷିଣପୂର୍ବ ରେଳପଥ। ଏହି ଗାଡ଼ି ବାରିପଦାସ୍ଥିତ ଭଞ୍ଜପୁର ଷ୍ଟେସନରୁ ସକାଳ ୩.୧୫ରୁ ରୂପ୍ସା ଅଭିମୁଖେ ଛାଡ଼ି ରୂପ୍ସା ଷ୍ଟେସନରେ ସକାଳ ୪.୪୦ରେ ପହଞ୍ଚିବ। ସେଠାରୁ ଏହି ଗାଡ଼ି ସକାଳ ୬.୩୨ରେ ବାରିପଦାରେ ସକାଳ ୭.୪୨ରେ ପହଞ୍ଚିବ। ଏହି ଟ୍ରେନ୍ କିଛି ସମୟ ପରେ ଭଞ୍ଜପୁରରୁ ପୁନର୍ବାର ରୂପ୍ସା ଅଭିମୁଖେ ୮.୫ରେ ଛାଡ଼ିବ। ସକାଳ ସାଢ଼େ ୯ଟାରେ ରୂପ୍ସାରେ ପହଞ୍ଚିବ। ମାତ୍ର ୧୦ ମିନିଟ୍ ପରେ ରୂପ୍ସାରୁ ବାହାରି ଏହି ଟ୍ରେନ୍ ୧୦.୫୫ରେ ବାରିପଦାରେ ପହଞ୍ଚିବ। ମାତ୍ର ଦୁଇ ମିନିଟ୍ ପରେ ଏହି ଟ୍ରେନ୍ ବାରିପଦାରୁ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରିବ। ସେଠାରେ ୧୧.୪୫ରେ ପହଞ୍ଚିବ। ସେଠାରୁ ୧୦ ମିନିଟ୍ ପରେ ଛାଡ଼ିବ। ମଧ୍ୟାହ୍ନ ୧୨.୩୮ରେ ଏହା ବାରିପଦାରେ ପହଞ୍ଚିବ। ଏଠାରୁ ଦୁଇ ମିନିଟ୍ ପରେ ରୂପ୍ସା ଯିବ । ସେଠାରେ ୧.୫୦ରେ ପହଞ୍ଚିବ। ୨.୫୮ରେ ଏହି ଟ୍ରେନ୍ ରୂପ୍ସାରୁ ବାହାରି ବାରିପଦାରେ ୪.୧୫ ଏବଂ ବାଙ୍ଗିରିପୋଷିରେ ୫.୦୫ରେ ପହଞ୍ଚିବ। ବାଙ୍ଗିରିପୋଷିରୁ ୫.୧୫ରେ ବାହାରି ବାରିପଦାରେ ୬.୦୫, ରୂପ୍ସାରେ ସନ୍ଧ୍ୟା ସାଢ଼େ ୭ରେ ପହଞ୍ଚିବ ଏହି ଟ୍ରେନ୍। ରୂପ୍ସାରୁ ରାତି ୯.୪୦ରେ ବାହାରି ଭଞ୍ଜପୁରରେ ରାତି ୧୧.୧୫ରେ ପହଞ୍ଚିବ।






