Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିୟମ ମାନୁଥିବା ଲୋକଙ୍କୁ ଚକୋଲେଟ

by ସଞ୍ଜୟ ସ୍ୱାଇଁ
February 15, 2021
in Feature News
ନିୟମ ମାନୁଥିବା ଲୋକଙ୍କୁ ଚକୋଲେଟ
105
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଟ୍ରାଫିକ ନିୟମକୁ ପୂର୍ଣ୍ଣ ମାତ୍ରାରେ ପାଳନ କରୁଥିବା ଗାଡି ଚାଳକମାନଙ୍କୁ ମିଳିଛି ଚକୋଲେଟ । ଆଉ ଯେଉଁମାନେ ଟ୍ରାଫିକ ନିୟମ ନମାନି ଯାତାୟତ କରୁଛନ୍ତି ସେମାନଙ୍କୁ ପରାମର୍ଶ ସହିତ ମିଳିଛି ଗୋଲାପ ଫୁଲ । ୩୨ତମ ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ଆଜି ଏଭଳି ଢଙ୍ଗରେ ରାଜଧାନୀରେ ସଡକ ସୁରକ୍ଷା ପାଳନ କରିଛନ୍ତି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୱମେନ ଅର୍ଗାନାଇଜେସନ ଫର ସୋସିଆଲ ୱେଲଫାର (ୱସ୍ୱ)ର ସଦସ୍ୟମାନେ । ସ୍ଥାନୀୟ ରାଜମହଲ ଛକଠାରେ ୱସ୍ୱ ସମ୍ପାଦିକା ଜ୍ୟୋସ୍ନା ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ସମାଜସେବୀ ଇତିଶ୍ରୀ ଦିକ୍ଷୀତ, ସଚ୍ଚିକାନ୍ତ ପ୍ରଧାନ, ଚିର ରଞ୍ଜନ ପଟ୍ଟନାୟକ ଓ ସଞ୍ଜୀବ ସାବତ, ଶ୍ରୀକାନ୍ତ ସାମନ୍ତରା, ମମତା ମହାନ୍ତି, ଉଷାରାଣୀ ବେହେରା, ମେଘନା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପୁଲିସ୍‍ କର୍ମଚାରୀ ବିଦ୍ୟାଧର ସାହୁ, କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ, ରାମଚନ୍ଦ୍ର ଦଳାଇ, ନବ କିଶୋର ବେହେରା ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ଟ୍ରାଫିକ ନିୟମ ସଂକ୍ରାନ୍ତରେ ସଚେତନ କରିଥିଲେ । ରାଜ୍ୟରେ ଗାଡି ମୋଟର ବୃଦ୍ଧି ପାଉଥିବାବେଳେ ଲୋକେ ଟ୍ରାଫିକ ନିୟମ ମାନିବା ନିହାତି ଆବଶ୍ୟକ ବୋଲି ସ୍ୱେଚ୍ଛାସେବୀମାନେ ଲୋକଙ୍କୁ ବୁଝାଇଥିଲେ । ବିଶେଷକରି ରାଜଧାନୀରେ ସମସ୍ତ ଲୋକ ଟ୍ରାଫିକ ନିୟମ ମାନିଲେ ଏହାର ସୁଦୂର ପ୍ରସାରୀ ପ୍ରଭାବ ରାଜ୍ୟର ଅନ୍ୟ ସ୍ଥାନେରେ ପଡିବ ବୋଲି ମତପ୍ରକାଶ ପାଇଥିଲା । ୱସ୍ୱର ସମ୍ପାଦିକା ଶ୍ରୀମତୀ ଦାସ କହିଥିଲେ ସରାକର ଜାରି କରିଥିବା ନିୟମ ମାନିବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ସାଧାରଣ ଲୋକେ ଏଥିରେ ସହଯୋଗ କଲେ ସେମାନଙ୍କ ଧନଜୀବନ ସହିତ ପଥଚାରୀଙ୍କ ଜୀବନ ମଧ୍ୟ ସୁରକ୍ଷିତ ହୋଇପାରିବ । ସଚେତନତତା କାର୍ଯ୍ୟକ୍ରମରେ ଶତାଧିକ ଗାଡିଚାଳକଙ୍କୁ ଚକୋଲେଟ ଓ ଗୋଲାପ ଫୁଲ ବଣ୍ଟନ କରାଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!