କର୍ଣ୍ଣାଟକ,(ବାଘୁଆବାର୍ତ୍ତା): ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଜଣେ ମହିଳାଙ୍କ ପାଖରେ ଦଣ୍ଡ ଗଣିବାକୁ ସମ୍ବଳ ନଥିବା ବେଳେ ପିନ୍ଧିଥିବା ମଙ୍ଗଳସୁତ୍ର ଦେଇଥିବା ଜଣାପଡିଛି । ଏଭଳି ଘଟଣା ଆସିଛି କର୍ଣ୍ଣାଟକର ବେଲଗଭି ଅଞ୍ଚଳରେ । ସୂଚନାନୁସାରେ, କର୍ଣ୍ଣାଟକ ବେଲଗଭି ଜିଲ୍ଲାର ଭାରତୀ ବିଭୋତି ନାମକ ଜଣେ ମହିଳା ଏକ କୋଟ କିଣିବା ପାଇଁ ସ୍ୱାମୀଙ୍କ ସହ ଗାଡ଼ିରେ ବଜାରକୁ ଯାଇଥିଲେ । ଦମ୍ପତ୍ତିଙ୍କ ପାଖରେ ୧୮ ଶହ ଟଙ୍କା ଥିବା ବେଳେ ସେ ବଜାରରୁ ୧୭ ଶହ ଟଙ୍କାରେ ଏକ କୋଟ କିଣିଥିଲେ । ବାକି ଶହେ ଟଙ୍କାରେ ଜଳଖିଆ କରି ଘରକୁ ଫେରୁଥିବା ବେଳେ ବସଷ୍ଟାଣ୍ଡ ପାଖରେ ଟ୍ରାଫିକ୍ ପୁଲିସ ସେମାନଙ୍କୁ ଅଟକାଇଥିଲା । ଟ୍ରାଫିକ ନିୟମ ଭାଙ୍ଗି ଥିବାରୁ ୫ଶହ ଟଙ୍କା ଦଣ୍ଡ ଗଣିବାକୁ କହିଥିଲେ । ମହିଳାଙ୍କ ପାଖରେ ଟଙ୍କା ନଥିବାରୁ ତାଙ୍କ ମଙ୍ଗଳସୁତ୍ର ଜଣେ ଟ୍ରାଫିକ୍ ପୁଲିସକୁ ଦେଇଥିଲେ । ଏହାକୁ ବିକ୍ରିକରି ଦଣ୍ଡ ଟଙ୍କା ନେବାକୁ ଡ୍ରାଫିକ୍ ପୁଲିସକୁ କହିଥିଲେ ମହିଳା । ତେବେ କିଛି ମସୟ ଯୁକ୍ତିତର୍କ ଲାଗିବାରୁ ପରେ ଉକ୍ତ ଦମ୍ପତ୍ତିଙ୍କୁ ଟ୍ରାଫିକ୍ ପୁଲିସ ଛାଡିଥିଲା ।





