ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରେ କିଛି ଦିନ ହେବ ମାତ୍ରାଧିକ ଅଟୋ ବାଲା ଜୋର ଜଦରଦସ୍ତ ଅଟୋ ରଖୁଛନ୍ତି । ଇଟାମାଟି, ପଣ୍ଡୁସର ଏବଂ ସୁନାଖଳା ପର୍ଯ୍ୟନ୍ତ ଲାଇନ୍ ଭଡ଼ା ପାଇଁ ଗ୍ରାହକଙ୍କୁ ଭିଡ଼ୁଛନ୍ତି । ଏହାକୁ କିଛି ସ୍ଥାନୀୟ ଲୋକେ ବିରୋଧ କରିବାରୁ ସେମାନେ ସିଧା ସଳଖ ଧମକ ଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଆମେ ଟ୍ରାଫିକ ପୁଲିସକୁ ଦୁଇ ଶହ ଦେଉଛୁ, ଅଟୋ ରଖିବୁ ବୋଲି ଅଟୋ ଚାଳକମାନେ ଜୁଲୁମ କରୁଛନ୍ତି । ଏହା ଦ୍ୱାରା ବସ ମାଲିକମାନେ କ୍ଷତି ସହୁଥିବା ବେଳେ ପୁଲିସ ଖେଳ ଭାବି ଚୁପ ରହୁଛନ୍ତି । ଏଥିସହିତ ଜନଗହଳୀ ସ୍ଥାନରେ ଏକାଧିକ ଅଟୋ ରହୁଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ଗତକାଲି ଏହାକୁ ନେଇ ଗଣ୍ଡଗୋଳ ମଧ୍ୟ ସୃଷ୍ଟି ହୋଇଛି। ଏହାକୁ ଥାନା ଅଧିକାରୀ ଓ ଉପରିସ୍ଥ ଅଧିକାରୀ ଧ୍ୟାନ ଦେବାକୁ ଦାବି ହେଉଛି ।





