ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଇଟମାଟି ଥାନା ଅନ୍ତର୍ଗତ ଶୁଲିଆ ନଦୀରୁ ବେଆଇନ ବାଲି ଚାଲାଣ ବେଳେ ଜଣେ ବ୍ୟକ୍ତି ଧରା ପଡ଼ି ଗିରଫ ହୋଇଛନ୍ତି। ପୁଲିସ ଚଢ଼ାଉ ସମୟରେ ଲାଠିପଡ଼ା ଗ୍ରାମର କୈଳାସ ସାହୁ ଶୁଲିଆ ନଦୀ ବଉଳିସାହି ଘାଟରୁ ବେଆଇନ ବାଲି ଉଠାଇଥିଲେ। ପୁଲିସ କୈଳାସଙ୍କୁ ଗିରଫ କରିବା ସହ ଟ୍ରାକ୍ଟର ଜବତ କରିଥିବା ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି।





