ବାଲେଶ୍ୱର, (ବାଘୁଆବାର୍ତ୍ତା): ପୁଲିସ ବିଭାଗରେ ଚାକିରି କରି ଜଣେ ମହିଳା ହୋମଗାର୍ଡଙ୍କୁ ଦୁଷ୍କର୍ମ କରିବା ମହଙ୍ଗା ପଡିଛି । ଯାହାଫଳରେ ପୁଲିସକୁ ଆଜି ପୁଲିସ ଗିରଫ କରିଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଗୋପାଳପୁର ଫାଣ୍ଡି ଅଞ୍ଚଳରେ । ସୂଚନାନୁସାରେ, ବାଲେଶ୍ୱରର ଜିଲ୍ଲା ବାତ୍ୟା ‘ୟଶ’ ପ୍ରଭାବ ପକାଇଥିବା ବେଳେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ଜଣେ ମହିଳା ହୋମଗାର୍ଡକୁ ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ହେଲାପରେ ଫାଣ୍ଡି ଅଧିକାରୀ ଫେରାର ଥିଲେ । ତେବେ ଆଜି ଫାଣ୍ଡି ଅଧିକାରୀ ଆଇଜି କାର୍ଯ୍ୟାଳୟକୁ ଯାଇଥିବା ବେଳେ ସେଠାରେ ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନକୁ ପୁଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି ।






