ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଖମାରସାହି ଗ୍ରାମରେ ହୋଲି ଖେଳରୁ ପାଟିତୁଣ୍ଡ ହୋଇଥିଲା । ଉକ୍ତ ଗ୍ରାମର ଟୁନା ନାୟକଙ୍କୁ କିଛି ବ୍ୟକ୍ତି ଆକ୍ରମଣ କରିଥିଲେ । ଏନେଇ ଟୁନା ନୟାଗଡ଼ ଟାଉନଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ଆଜି ଉକ୍ତ ଘଟଣାରେ ଖମାରିସାହିର ବାପି ସ୍ୱାଇଁ, ଶିବପ୍ରସାଦ ଦାଶ, ନାରଣ ସ୍ୱାଇଁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି ।






