ନୟାଗଡ଼,(ବାଘୁଆବାର୍ତ୍ତା): ମୋବାଇଲ ଟାୱାର ଉପରକୁ ଚଢ଼ିଗଲା ଶିଶୁ । ତେବେ ଶିଶୁଟିର ବୟସ ୪ବର୍ଷ ହୋଇଥିବା ଜଣାପଡିଛି । ଶିଶୁଟିକୁ ଉଦ୍ଧାର କରିବାକୁ ଉକ୍ତ ଅଞ୍ଚଳର ଜଣେ ଯୁବକ ଟାୱାରରେ ଫସି ରହିଥିବା ଜଣାପଡିଛି । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିଆଳି ଅଞ୍ଚଳରେ । ସୂଚନାନୁସାରେ, ନିଆଳି ମୋବାଇଲ ଟାୱାର ଉପରକୁ କ ।ପଡ଼ା ବ୍ଲକ୍ ପାଟ ସୁନ୍ଦରପରୁ ଗାଁର ଜଣେ ୪ବର୍ଷର ଶିଶୁ ଚଢ଼ି ଯାଇଥିଲା । ତେବେ ଉକ୍ତ ଶୁଶୁଟୁକୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ଯୁବକ ଶିଶୁଟିକୁ ଧରି ଫସି ରହିଥିବା ସୂଚନା ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଜନସାଧାରଣଙ୍କ ଜନସମାଗମ ହୋଇଥିବା ଜଣାପଡିଛି ।





