ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ବର ବିମାନବନ୍ଦରରୁ ସୁନା ବିସ୍କୁଟ ଜବତ ହୋଇଛି । ଚୋରା ସୁନା ବିସ୍କୁଟ ଚାଲାଣ ଅଭିଯୋଗରେ ଜଣେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି କଷ୍ଟମ୍ ବିଭାଗ । ଭୁବନେଶ୍ବର ବିମାନବନ୍ଦରରୁ ୨ କେଜି ୪୬୪ ଗ୍ରାମ୍ ସୁନା ବିସ୍କୁଟ ଜବତ ହୋଇଛି । ଜବତ ସୁନା ବିସ୍କୁଟ ଗୁଡିକ ବିଦେଶରୁ ଭୁବନେଶ୍ବର ଆସୁଥିଲା । ଚୋରା ସୁନା ବିସ୍କୁଟ ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରିଛି କଷ୍ଟମ୍ ବିଭାଗ । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜବତ ସୁନା ବିସ୍କୁଟରେ ବୈଦେଶିକ ଚିହ୍ନ ରହିଛି ।





