Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆସ ବୁଲିଯିବା,ଦଶପଲ୍ଲାର କୁଆଁରିଆ ଡ୍ୟାମ ଓ ହରିଣ ପାର୍କ

by ସଞ୍ଜୟ ସ୍ୱାଇଁ
June 1, 2021
in Nayagarh, Toursimi
ଆସ ବୁଲିଯିବା,ଦଶପଲ୍ଲାର କୁଆଁରିଆ ଡ୍ୟାମ ଓ ହରିଣ ପାର୍କ
317
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଓଡ଼ିଶାର ପାକୃତିକ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ କୁଆଁରିଆ ଡ୍ୟାମ ଏବଂ ହରିଣ ପାର୍କ । ଏଠାକାର ଶାନ୍ତ ପରିବେଶ ଏବଂ ମନୋଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ । ଏଠାକୁ ଆସିବାକୁ ଚାହୁଁଥିବା ପର୍ଯ୍ୟଟକ ଭୁବନେଶ୍ୱରରୁ କନ୍ଧମାଳ କିମ୍ବା ବୈାଦ୍ଧ ବସ ଯୋଗେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ୧୨୫ କିଲୋମିଟର ଆସିବା ପଡ଼େ ପଡ଼ିଥାଏ କୁଆଁରିଆ ଛକ । ସେଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତି କୁଆଁରିଆ ଜଳସେଚନ ପ୍ରକଳ୍ପ । ଜଳସେଚନ ବିଭାଗ ଦ୍ୱାରା ନିର୍ମିତ ଏହି ଡ୍ୟାମ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

ପାହାଡ଼ ପର୍ବତ ଘେରା ଏହି ଜଳାଶୟ ନିକଟରେ ଭୋଜିଭାତ କରିବା ପାଇଁ ପର୍ଯ୍ୟଟନ ବିଭାଗ ପିଣ୍ଡି ନିର୍ମାଣ କରିଛି । ଜଙ୍ଗଲ ପାହାଡ଼ ଘେରା ଏଠାକାର ଶାନ୍ତ ପରିବେଶ ଏବଂ ନୀଳ ଜଳରାଶି ମନରେ ଶୀହରଣ ଜାଗ୍ରତ କରିଥାଏ । ପାଖରେ ଥିବା ପାହାଡ଼ ବୁଲିବା, ଜଳସେଚନ ପ୍ରକଳ୍ପ ବନ୍ଧ ଉପରେ ଦୀର୍ଘ ଚଲାବାଟ ଯାଇ ସୂର୍ଯ୍ୟସ୍ତକୁ ଉପଭୋଗ କରିବାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ସୂର୍ଯ୍ୟାସ୍ତ ସମୟର ଦୃଶ୍ୟ ନିଆରା ବୋଲି କୁହାଯାଏ । ନୀଳ ଜଳରାଶି ପଛରେ ରହିଥିବା ପାହାଡ଼ରେ ସୂର୍ଯ୍ୟ ଅସ୍ତ ହେବା ଅନ୍ୟ କୈାଣସି ସ୍ଥାନରେ ଦେଖିବାକୁ ମିଳିନଥାଏ । ଏଥିସହିତ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ଅଧିନସ୍ଥ ବାଣିଗୋଚ୍ଛା ବନ୍ୟପ୍ରାଣୀ ବନାଞ୍ଚତତ୍ୱାବଧାନରେ ଏଠାରେ ଏକ ହରିଣ ପାର୍କ ରହିଛି । ୧୯୮୫ ମସିହାରେ ୭ ଟି ହରିଣକୁ ନେଇ ୭ ଏକର ଶାଳବଣରେ ଆରମ୍ଭ ହୋଇଥିବା ଏହି ପାର୍କ, ଏବେ ବୃହତ ହରିଣ ସଂଖ୍ୟାକୁ ନେଇ ସୁନାମ ଅର୍ଜ୍ଜନ କରିଛନ୍ତି । ୨୫୦ରୁ ଉଦ୍ଧ୍ୱର୍ ହରିଣ, ସମ୍ବର ଏବଂ କୋଟରାଙ୍କୁ ଏହି ପାର୍କରେ ଦେଖିବାକୁ ମିଳିଛି । ବନ୍ୟପ୍ରାଣୀ ବିଭାବ ଏବଂ ପର୍ଯ୍ୟଟନ ବିଭାଗ ଏହାର ପରିବେଶକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ପର୍ଯ୍ୟଟକଙ୍କ ହରିଣ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!