Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟରେ ଚମକିବ ପ୍ରମୁଖ ପର୍ୟ୍ୟଟନସ୍ଥଳୀ

by ସଞ୍ଜୟ ସ୍ୱାଇଁ
September 11, 2021
in State, Toursimi
ରାଜ୍ୟରେ ଚମକିବ ପ୍ରମୁଖ ପର୍ୟ୍ୟଟନସ୍ଥଳୀ
35
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚମକିବ ରାଜ୍ୟର ପ୍ରମୁଖ ପର୍ୟ୍ୟଟନସ୍ଥଳୀ । ବଦଳିବ ଚେହେରା । ସଜେଇ ହେବ ନୂଆ ରୂପରେ । ଏହାସହ ଆଖପାଖରେ ଥିବା ଛୋଟ ଛୋଟ ପର୍ୟ୍ୟଟନୀସ୍ଥଳୀର ମଧ୍ୟ ବିକାଶ କରାଯିବ । ତା’ସାଙ୍ଗକୁ ଆଖି ଝଲସିବା ଭଳି ଖୋଲିବ ହୋଟେଲ୍‌, ରେସ୍ତୋଁରା । ଖାଣ୍ଟି ଓଡ଼ିଆ ଖାଦ୍ୟଠାରୁ ଆରମ୍ଭ କରି ଚାଇନିଜ୍‌ ପର୍ୟ୍ୟନ୍ତ ସବୁକିଛି ମିଳିବ ହାତ ପାହାନ୍ତାରେ । ପୁଣି ପ୍ରାକୃତିକ ପରିବେଶରେ ଇକୋ କଟେଜ୍‌ରେ ରାତି କାଟିବେ ପର୍ୟ୍ୟଟକ । ବିଭିନ୍ନ ସାଂସ୍କୃତିକ ଉତ୍ସବ, ଇକୋ-ରିଟ୍ରିଟ୍‌ ଭଳି କାର୍ୟ୍ୟକ୍ରମର ମଜା ବି ଉଠାଇବେ । ଚକାଚକ୍‌ ରାସ୍ତାଘାଟ ସାଙ୍ଗକୁ ଗମନାଗମନ ସୁବିଧା ହେବ । ମହାମାରୀ କରୋନା ପରେ ଏଭଳି କିଛି ନୂଆ ପରିକଳ୍ପନା ନେଇ ଓଡ଼ିଶା ପର୍ୟ୍ୟଟନକୁ ପୁଣି ଟ୍ରାକ୍‌କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଏଥିପାଇଁ ଅନେକ ଯୋଜନା କରାଯାଇଛି । କାର୍ୟ୍ୟକାରୀ କରିବାକୁ ଦେଶର ବିଭିନ୍ନ ସଂସ୍ଥା ସହିତ ଚୁକ୍ତିନାମା ସ୍ୱାକ୍ଷରିତ(ଏମ୍‌ଓୟୁ) ହୋଇଛି । ବିଶେଷକରି ଚିଲିକା ହ୍ରଦ, ସାତକୋଶିଆ ଅଭୟାରଣ୍ୟ ଏବଂ ହୀରାକୁଦ ବନ୍ଧ ପାଇଁ ମାଷ୍ଟର୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି । ଆଗାମୀ ଦିନରେ ଏସବୁ ପର୍ୟ୍ୟଟନସ୍ଥଳୀ ଆକର୍ଷଣର ପ୍ରମୁଖ କେନ୍ଦ୍ର ପାଲଟିବ ବୋଲି ଆଶା କରାଯାଉଛି । ଚିଲିକା ହ୍ରଦ ଏବଂ ଏହାର ଆଖପାଖ ମଙ୍ଗଳାଯୋଡ଼ି, ବଡ଼କୁଳ, ରମ୍ଭା, ସାତପଡ଼ା, ସିପକୁଦ, ରାଜହଂସର ବିକାଶ ପାଇଁ ଯୋଜନା ହୋଇଛି । ଏହାକୁ ପ୍ରସ୍ତୁତ କରିବାକୁ ବିଡିଂ ପ୍ରକ୍ରିୟା ମାଧ୍ୟମରେ ଓମାନସ୍ଥିତ ଆର୍କିଟେକ୍ଟ ଏଜେନ୍ସି (ଭାରତ ଇଞ୍ଜିନିୟରିଂ ଇନୋଭେସନ୍‌ ଡିଜାଇନ୍‌ ଆଣ୍ଡ୍‌ କନ୍‌ସଲ୍ଟିଂ ପ୍ରାଇଭେଟ୍‌ ଲିମିଟେଡ୍‌)କୁ ଦାୟିତ୍ୱ ଦିଆଯାଇଛି । ଗତ ୨୩ ତାରିଖରେ ଉକ୍ତ କମ୍ପାନି ସହିତ ରାଜ୍ୟ ପର୍ୟ୍ୟଟନ ଭବନରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ସ୍ଥାନୀୟ ଅଞ୍ଚଳରେ ପର୍ୟ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହୋଟେଲ୍‌, ରେସ୍ତୋରାଁ ନିର୍ମାଣ ହେବ । ବୋଟିଂ ଜେଟି, ପୁରୁଣା ଡଙ୍ଗା ଏବଂ ବୋଟ୍‌କୁ ପରିବର୍ତ୍ତନ କରି ନୂତନ ବୋଟ୍‌ ଚଲାଯିବ । ଡକିଂ ସୁବିଧା, ଅନ୍ୟାନ୍ୟ ଉପକୂଳ ଭିତ୍ତିଭୂମି, ପକ୍ଷୀ ଦେଖିବା, ବ୍ୟାଖ୍ୟାନ କେନ୍ଦ୍ର, ସଂଗ୍ରହାଳୟ ଆଦି ବିକାଶ ପାଇଁ ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି ହେବ । ଚିଲିକା ହ୍ରଦ ଏକ ଜୈବ ବିବିଧତା କ୍ଷେତ୍ର ପରିସର ଭିତରେ ଆସୁଥିବାରୁ ପରିବେଶ ଦୃଷ୍ଟିରେ ରଖି ବିଭିନ୍ନ କାର୍ୟ୍ୟକ୍ରମ ଗ୍ରହଣ କରାଯିବ । ଯେପରି ସ୍ଥାନୀୟ ଲୋକଙ୍କ ନିଯୁକ୍ତି ସୃଷ୍ଟିରେ ବିଶେଷ ସହାୟକ ହେବ । ଏଥିରେ ଚିଲିକା ବିକାଶ ପ୍ରାଧିକରଣ (ସିଡିଏ)କୁ ସାମିଲ କରାଯିବ । ଏହାଛଡ଼ା ସାତକୋଶିଆ ଅଭୟାରଣ୍ୟ ଓ ଏହାର ଚାରିପାଖକୁ ମଧ୍ୟ ବିକଶିତ କରାଯିବ । ସେଥିପାଇଁ ଯୋଜନା ପ୍ରସ୍ତୁତ ଲାଗି ମୁମ୍ବାଇସ୍ଥିତ ଆକର ଅଭିନବ କନ୍‌ସଲ୍‌ଟାଣ୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଦାୟିତ୍ୱ ଦିଆଯାଇଛି । ଗତ ଅଗଷ୍ଟ ୨୭ରେ ରାଜ୍ୟ ପର୍ୟ୍ୟଟନ ଭବନରେ ଉକ୍ତ କମ୍ପାନି ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ହୀରାକୁଦ ବନ୍ଧ ଓ ଏହାର ଆଖପାଖ ଅଞ୍ଚଳକୁ ବିକଶିତ କରିବାକୁ ମଧ୍ୟ ସ୍ୱତନ୍ତ୍ର ଯୋଜନା ହୋଇଛି । ଏଥିଲାଗି ପର୍ୟ୍ୟଟନ ବିଭାଗ କର୍ଣ୍ଣାଟକସ୍ଥିତ ଆଇଡେକ୍‌ କମ୍ପାନି ସହ ଚୁକ୍ତିନାମା ସ୍ୱାକ୍ଷରିତ ପୂର୍ବକ ଦାୟିତ୍ୱ ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପର ଉନ୍ନୟନ କାର୍ୟ୍ୟ ଶେଷ କରିବାକୁ ଉପରୁ ନିର୍ଦ୍ଦେଶ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!