Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁର ଝିଅ ଆଇନ ବିଭାଗରେ ଟପ୍ପର: ମିଳିଲା ସ୍ବର୍ଣ୍ଣପଦକ

by ସଞ୍ଜୟ ସ୍ୱାଇଁ
April 27, 2021
in Education, Nayagarh
ରଣପୁର ଝିଅ ଆଇନ ବିଭାଗରେ ଟପ୍ପର: ମିଳିଲା ସ୍ବର୍ଣ୍ଣପଦକ
285
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ଆଇନ ବିଭାଗ ସ୍ନାତକୋତ୍ତର ୨୦୧୯ ପରୀକ୍ଷାରେ ଟପ୍ପର ହୋଇଥିବା ନୟାଗଡ଼ ଜିଲ୍ଲା ରଣପୁର ଝିଅ ପୂର୍ବାଶା ପ୍ରିୟଦର୍ଶିନୀ ସାମନ୍ତରାୟଙ୍କୁ ମିଳିଲା ସ୍ବର୍ଣ୍ଣପଦକ । ଏ ନେଇ ଆୟୋଜିତ ସମ୍ବର୍ଦ୍ଧିତ ଉତ୍ସବରେ ଭରଚୁଆଲ ମାଧ୍ୟମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବାବେଳେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି, ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ ପ୍ରମୁଖ ଉପସ୍ଥିତ ଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ପରିଚାଳିତ ଆଇନ୍ ସ୍ନାତକୋତ୍ତର ପରୀକ୍ଷାରେ ରଣପୁର ନିବାସୀ ଦେବୀପ୍ରସାଦ ସାମନ୍ତରାୟ ଓ ମାତା ଗୀତାରାଣୀ ସାମନ୍ତରାୟଙ୍କ ଝିଅ ପୂର୍ବାଶା ପ୍ରିୟଦର୍ଶିନୀ ସାମନ୍ତରାୟ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଥିଲେ । ସେ ଆଇନ୍ ସ୍ନାତକୋତ୍ତର ପରୀକ୍ଷାରେ ସମୁଦାୟ ୨ ହଜାର ନମ୍ବରରୁ ୧୪୦୮ ନମ୍ବର ରଖି ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ଯୋଗ୍ୟ ବିବେଚିତା ହୋଇଥିଲେ । ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ମଧୁସୂଦନ ସାମନ୍ତରାୟଙ୍କ ଅଣନାତୁଣୀ ଅଟନ୍ତି ପୂର୍ବାଶା । ପୂର୍ବାଶା ଆଇନ ପାଠପଢା ସମେତ ଗୀତ ଓ ଅଭିନୟରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି । ଏହି ସଫଳତା ପାଇବା ପରେ ପୂର୍ବାଶାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟୁଅଛି । ସେ ବର୍ତ୍ତମାନ ରାଜ୍ୟ ଉଚ୍ଚନ୍ୟାୟାଳୟ ଓ ରଣପୁର କୋର୍ଟରେ ଆଇନିଜୀବୀ ଭାବେ ନିଜର କ୍ୟାରିଅର ଆରମ୍ଭ କରିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!