ବେଙ୍ଗାଲୁରୁ, (ବାଘୁଆବାର୍ତ୍ତା): ଚଳିତ ବିଶ୍ଵକପର ଶେଷ ଲିଗ୍ ମ୍ୟାଚ୍ରେ ଭାରତୀୟ ବ୍ୟାଟରଙ୍କ ଚିତ୍ତାକର୍ଷକ ବ୍ୟାଟିଂ। ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଛକା-ଚୌକାର ରନ ବର୍ଷା। ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍ରେ ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ଶତକ ବଳରେ ଭାରତ ବିଶାଳ ସ୍କୋର କରିଛି। ରୋହିତ ଶର୍ମାଙ୍କ ୬୧ ରନ, ଶୁଭମନ ଗିଲ୍ ୫୧ ରନ ଓ ବିରାଟ କୋହଲିଙ୍କ ୫୧ ରନ ପରେ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଅପରାଜିତ ୧୨୮ ରନ ଓ କେଏଲ ରାହୁଲଙ୍କ ୧୦୨ ରନ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୪୧୦ ରନ କରିଛି। ନେଦରଲ୍ୟାଣ୍ଡ୍ସ ସମ୍ମୁଖରେ ୪୧୧ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ୪୧୦ ସ୍କୋର ବିଶ୍ଵକପରେ ଭାରତର ଦ୍ଵିତୀୟ ସର୍ବାଧିକ ସ୍କୋର। ମୋଟ୍ ଉପରେ ବିଶ୍ଵକପ୍ ଇତିହାସରେ ଏହା ଚତୁର୍ଥ ବଡ଼ ସ୍କୋର। ଏହି ମୁକାବିଲା ହାରିଲେ ନେଦରଲ୍ୟାଣ୍ଡ୍ସ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରି ପାରିବ ନାହିଁ।






