Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟୋଲପ୍ଲାଜାରେ ଘଣ୍ଟାଏ ଅଟକିଲା ଜିଲ୍ଲା ପରିଷଦ ସଭାପତିଙ୍କ ଗାଡ଼ି

by ସଞ୍ଜୟ ସ୍ୱାଇଁ
October 14, 2021
in State
ଟୋଲପ୍ଲାଜାରେ ଘଣ୍ଟାଏ ଅଟକିଲା ଜିଲ୍ଲା ପରିଷଦ ସଭାପତିଙ୍କ ଗାଡ଼ି
460
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ପରିଷଦର ସଭାପତି କମଳିନୀ ପାତ୍ର ସରକାରୀ ଗସ୍ତରେ ଯାଉଥିବା ସମୟରେ ଢେଙ୍କିକୋଟ ଟୋଲପ୍ଲାଜାରେ ଘଣ୍ଟାଏ କାଳ ଅଟକିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଶ୍ରୀମତୀ ପାତ୍ର ସରକାରୀ ଗାଡିରେ ଗସ୍ତ କରୁଥିବା ସମୟରେ ଟୋଲପ୍ଲାଜା କର୍ମଚାରୀମାନେ ଟିକସ ନଦେଲେ ଛାଡିବେ ନାହିଁ ବୋଲି ରୋକଠୋକ୍‌ ଜଣାଇଥିଲେ । ଏହି ଘଟଣାକୁ ନେଇ ଜିଲ୍ଲା ପରିଷଦ ସଭାପତି କ୍ଷୋଭ ପ୍ରକାଶ କରିଛନ୍ତି । ଜଣେ ଜିଲ୍ଲା ପରିଷଦ ସଭାପତି ସରକାରୀ ଗାଡିରେ ଓ ସରକାରୀ ଗସ୍ତରେ ଯାଉଥିବା ବେଳେ ଟୋଲପ୍ଲାଜା କର୍ମଚାରୀ ନିଜର କ୍ଷମତା ବଳରେ ଜଣେ ମହିଳା ଲୋକ ପ୍ରତିନିଧିଙ୍କୁ ଦୀର୍ଘ ସମୟ ଅଟକ ରଖିବା ସହିତ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ଜିଲ୍ଲାପାଳ ଆଶିଷ ଠାକ୍‌ରେ ଓ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ପରେ ବିନା ଶୁଳ୍କରେ ଜିଲ୍ଲା ପରିଷଦ ସଭାପତି ମୁକୁଳିଥିବା ଜଣାପଡିଛି । ଜିଲ୍ଲା ପରିଷଦ ସଭାପତି ଟିକସ ଛାଡ ତାଲିକାରେ ନଥିବା ଦର୍ଶାଇ ଟୋଲପ୍ଲାଜା କର୍ତ୍ତୃପକ୍ଷ ସରକାରୀ ନିୟମକୁ ଦେଖାଇଥିଲେ । ମାତ୍ର ଜିଲ୍ଲା ମଧ୍ୟରେ ସରକାରୀ କାର୍ୟ୍ୟକ୍ରମରେ ଏକାଧିକ ଥର ତାଙ୍କୁ ଯିବାକୁ ପଡୁଥିବାରୁ ଟିକସ ଦେବାକୁ ଶ୍ରୀମତୀ ପାତ୍ର ଅରାଜି ହୋଇଥିଲେ । ଏ ସମ୍ପର୍କରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପାତ୍ର କୁହନ୍ତି, ସେ ଜଣେ ଜିଲ୍ଲାସ୍ତରର ଲୋକ ପ୍ରତିନିଧି ହୋଇଥିବା ସମୟରେ ଜିଲ୍ଲା ମଧ୍ୟରେ ସରକାରୀ କାର୍ୟ୍ୟକ୍ରମରେ ଗସ୍ତ କରିଥାନ୍ତି । ମାତ୍ର ସରକାରୀ ଗାଡିରେ ସେ ଯାଉଥିବା ସମୟରେ ଢ଼େଙ୍କିକୋଟରେ ତାଙ୍କ ଗାଡିକୁ ଦୀର୍ଘ ସମୟ ଅଟକ କରାଯାଇଥିଲା । ପରିଚୟ ଦେବାପରେ ମଧ୍ୟ କର୍ମଚାରୀମାନେ ତାଙ୍କୁ ଛାଡିନଥିଲେ । ଟିକସ ଦେବାକୁ ସେ ସକ୍ଷମ ଥିଲେ ମଧ୍ୟ ଟୋଲପ୍ଲାଜା କର୍ମଚାରୀଙ୍କ ବ୍ୟବହାର ତାଙ୍କୁ ଆଚମ୍ବିତ କରିଛି । ଏହି ଘଟଣା ପରେ ସେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସହିତ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଥିଲେ । ଜିଲ୍ଲାପାଳ ଘଟଣା ସମ୍ପର୍କରେ ତ୍ୱରିତ୍‌ ପଦକ୍ଷେପ ନେଇ ରାଜପଥ କର୍ତ୍ତୃପକ୍ଷଙ୍କ ସହିତ କଥାବାର୍ତ୍ତା ହେବା ସହିତ ଏଭଳି ଦାୟିତ୍ୱହୀନ କର୍ମଚାରୀ ଜିଲ୍ଲା ପରିଷଦ ସଭାପତିଙ୍କୁ ଅଟକାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ପରେ ଘଣ୍ଟାଏ ବିଳମ୍ବରେ ଟୋଲପ୍ଲାଜା କର୍ମଚାରୀ ଜିଲ୍ଲା ପରିଷଦଙ୍କ ନିକଟରେ ଦୁଃଖ ପ୍ରକାଶ କରିବା ପରେ ବିନା ଟିକସରେ ଗାଡିକୁ ଛାଡିବାକୁ ବାଧ୍ୟ ହୋଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!