Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଲିମ୍ପିକ୍ସରେ ତ୍ରିରଙ୍ଗା ଧରିଲେ ମନପ୍ରୀତ ଓ ମ୍ୟାରୀ କମ୍

by ସଞ୍ଜୟ ସ୍ୱାଇଁ
July 23, 2021
in NATIONAL NEWS, WORLD
ଅଲିମ୍ପିକ୍ସରେ  ତ୍ରିରଙ୍ଗା ଧରିଲେ ମନପ୍ରୀତ ଓ ମ୍ୟାରୀ କମ୍
16
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ବାଜିଲା ଅଲିମ୍ପିକ୍ସ ବିଗୁଲ୍। ଜାପାନର ରାଜଧାନୀ ଟୋକିଓର ଜାତୀୟ ଷ୍ଟାଡିୟମରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି ଅଲିମ୍ପିକ୍ସର ୩୨ତମ ସଂସ୍କରଣ। ଭାରତୀୟ ସମୟାନୁସାରେ ଅପରାହ୍ଣ ୪.୩୦ ମିନିଟରେ ଉଦଘାଟନ ସମାରୋହ ଆରମ୍ଭ ହୋଇଥିଲା। ଏଥିସହ ବର୍ଷକ ପ୍ରତୀକ୍ଷାର ଅନ୍ତ ଘଟିଛି। କୋଭିଡ୍-୧୯ ମହାମାରୀ କାରଣରୁ ଗତ ବର୍ଷ ଏହି କ୍ରୀଡ଼ାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଚଳିତବର୍ଷ କରୋନା ଗାଇଡ୍ ଲାଇନ୍ ମୁତାବକ ଉଦଘାଟନୀ ସମାରୋହ ଆୟୋଜିତ ହୋଇଛି। ଏହି ଭବ୍ୟ ସମାରୋହ ସମସ୍ତଙ୍କ ମନ ମୋହିଛି। ମାର୍ଚ୍ଚ ପାଷ୍ଟରେ ଭାରତର ନମ୍ବର ଥିଲା ୨୧। ଉଦଘାଟନୀ ସମାରୋହରେ ଭାରତର ନେତୃତ୍ୱ ନେଇଥିଲେ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ ଓ ମହାନ ମହିଳା ବକ୍ସର ଏମସି ମ୍ୟାରୀ କମ୍। ଦୁହେଁ ହାତରେ ତ୍ରିରଙ୍ଗା ଧରି ସବୁଠାରୁ ଆଗରେ ଚାଲିଥିଲେ। ଭାରତର ଅନ୍ୟ ସଦସ୍ୟ ହାତରେ ତ୍ରିରଙ୍ଗା ଧରି ପଛେ ପଛେ ଚାଲିଥିଲେ। ଉଦଘାଟନୀ ସମାରୋହରେ ଭାରତର ୨୨ଜଣ ଖେଳାଳି ଓ ୬ଜଣ ଅଫିସିଆଲ୍ସ ଭାଗ ନେବା ପାଇଁ ଧାର୍ୟ୍ୟ ହୋଇଥିଲା। କିନ୍ତୁ ଟେବୁଲ୍ ଟେନିସ୍ ତାରକା ଅଚନ୍ତା ଶରଥ କମଲ୍ ଓ ମନିକା ବାତ୍ରା ଉଦଘାଟନୀ ସମାରୋହରେ ଭାଗ ନେଇନାହାନ୍ତି। ଦୁହେଁ ମିକ୍ସଡ୍ ଡବଲ୍ସ ମ୍ୟାଚ୍ ଖେଳିବେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!