Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟୋକିଓ ଅଲିମ୍ପିକ୍ସରେ ଏଥର ୨୫ ଭାଇ-ଭଉଣୀ ଓ ୬ ଯମଜ ଯୋଡି

by ସଞ୍ଜୟ ସ୍ୱାଇଁ
July 22, 2021
in NATIONAL NEWS, Sports
ଟୋକିଓ ଅଲିମ୍ପିକ୍ସରେ ଏଥର ୨୫ ଭାଇ-ଭଉଣୀ  ଓ  ୬ ଯମଜ ଯୋଡି
84
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା): ଟୋକିଓ ଅଲିମ୍ପିକ୍ସରେ ଏଥର ୨୫ ଭାଇ-ଭଉଣୀ ଯୋଡି ଓ ୬ ଯମଜ ଯୋଡି ଅଂଶଗ୍ରହଣ କରିବେ । ରିଓ ଅଲିମ୍ପିକ୍ସରେ ଏହାଠାରୁ ଅଧିକ ୩୬ ଭାଇ-ଭଉଣୀ ଯୋଡି ଖେଳିଥିଲେ । ରୁଷର ୨୨ ବର୍ଷୀୟା ଅରୀନା ଓ ଦୀନା ଯମଜ ଯୋଡି ଜିମ୍ନାଷ୍ଟିକରେ ଦକ୍ଷତା ପ୍ରଦର୍ଶନ କରିବେ । ସେହିପରି ବକ୍ସିଂରେ ବ୍ରିଟେନର ଲ୍ୟୁକ ଓ ପ୍ୟାଟ, ସାଇକ୍ଲିଂରେ ଆଡାମ ଓ ସାଇମନ, ଜିମ୍ନାଷ୍ଟିକ୍ସରେ ବ୍ରିଟେନର ଜେନିଫର ଓ ଜେସିକା ଏବଂ ସନ୍ତରଣରେ ଫ୍ରାନ୍ସର ଲୌରା ଓ ଶାର୍ଲିଟ ପଦକ ହାସଲ ନେଇ ଭାଗ୍ୟ ପରୀକ୍ଷା କରିବେ । ଆମେରିକା ଫୁଟବଲ ଟିମରେ ପ୍ରଥମ ଥର ପାଇଁ ୨ ଭଉଣୀ କ୍ରିଷ୍ଟି ଓ ସ୍ୟାମ ଏବଂ ଗଲ୍ଫରେ ନେଲୀ ଓ ଜେସିକା ଦେଶ ପାଇଁ ପଦକ ହାସଲ ନେଇ ଉଦ୍ୟମ କରିବେ । ୱାଟରପୋଲୋରେ ମାଙ୍କେଜି ଓ ଆରିୟୋ ଫିଶର ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣିମ ସଫଳତା ଦୋହାରାଇବା ପାଇଁ ଚେଷ୍ଟା କରିବେ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଅସୀଚାଳକ ଯୋଡି କେଲୀ ଓ କର୍ଟନର ହର୍ଲ ଏହାକୁ ସ୍ୱର୍ଣ୍ଣରେ ପରିଣତ କରିବା ପାଇଁ ଉଦ୍ୟମ କରିବେ । ସେହିପରି ଆମେରିକାର ବାସ୍କେଟବଲ ଟିମରେ ଏରିକ ଓ କାବିକା ଶୌଜୀ ପୁନର୍ବାର ସ୍ଥାନ ପାଇଛନ୍ତି । ଶୁଟିଂ ୨୫ ମିଟର ଏୟାର ରାଇଫଲ ଇଭେଂଟରେ ହେନରୀ ଓ ଜ୍ୟାକସନ ଲିଭରେଟ ଏକତ୍ର ଲକ୍ଷ୍ୟ ଧାର୍ୟ୍ୟ କରିବେ । ବ୍ରିଟେନର ଟିଫନୀ ପୋର୍ଟର ଓ ସିଣ୍ଡି ସେଭଂର ହର୍ଡଲ୍ସରେ ଆମ୍ନା ସାମ୍ନି ହେବେ । ଅନ୍ୟ ମୁକାବିଲା ମଧ୍ୟରେ ରିଲେରେ ୱିଲିୟମ୍ସ ଭଉଣୀ ଜେଡି ଓ ହନ୍ନା , ରୋଇଂରେ ମାଥିଲ୍ଡା, ସନ୍ତରଣରେ ଚାର୍ଲଟ, ଲିଚଫିଲ୍ଡ ବନ୍ଧୁ , ହକିରେ ବ୍ରିଟେନର ପୁରୁଷ ଏବଂ ମହିଳା ବିଭାଗରେ ଯଥାକ୍ରମେ ହ୍ୟାରୀ ଓ ହନ୍ନା ମାର୍ଟିନ ଅଂଶଗ୍ରହଣ କରିବେ । ଏତଦବ୍ୟତୀତ ରୋଇଂରେ ବ୍ରିଟେନର ଏମିଲି ଓ ଟମ ଫୋର୍ଡ, ସେଲିଂରେ ତୁର୍କୀର ଏଟସ, ଡେନିଜ ସିନାର, ଜିମ୍ନାଷ୍ଟିକ୍ସରେ ତୁର୍କୀରେ ଏଟସ ଓ ଡେନିଜ, ଟ୍ରାଇଥାଲାନରେ ନେଦରଲାଣ୍ଡର ସାନେ, ଲାଇକ, ସନ୍ତରଣରେ ନ୍ୟୁଜିଲାଣ୍ଡର ଟ୍ରେଂଟ ଥୋର୍ପେ ଓ ଆଇଷ୍ଟେଲେ, ଅଷ୍ଟ୍ରେଲିଆର ବ୍ରୋଟେଂ ଓ କ୍ୟାଟ, ସେଲିଂରେ କ୍ରୋଏସିଆର ସିମ ଓ ମିହାବୋଲେ, ସନ୍ତରଣରେ ଅଷ୍ଟ୍ରିଆର ଆନ୍ନା ଓ ଇରିନୀ ଏକତ୍ର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ । ସ୍ପେନର ପୁରୁଷ ବାସ୍କେଟବଲ ଟିମରେ ପାଉ ଓ ମାର୍କ ମଧ୍ୟ ସ୍ଥାନ ପାଇଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!