ନୟାଗଡ଼, (ବାଘୁଆବାର୍ତ୍ତା): ଆଜିଠୁ ଆରମ୍ଭ ହେବାକୁ ଯାଉଛି ଜେମାଦେଇପୁର ପାଟଣା ପଞ୍ଚାୟତ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା । ଏହି ମହୋତ୍ସବ ଅକ୍ଟୋବର ୧୧ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ଜେମାଦେଇପୁର ପାଟଣା(ରାଜପାଟଣା) ମିନିଷ୍ଟାଡିୟମ୍ ପରିସରରେ ୪ଦିନ ଧରି ଅନୁଷ୍ଠିତ କରାଯିବ । ଚଳିତ ମାସ ୯ତାରିଖରୁ ଆରମ୍ଭ ହୋବକୁ ଥିବା ଏହି ମହୋତ୍ସବ ଲଗାଣ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଦୁଇଦିନ ପାଇଁ ଘୁଞ୍ଚା ଯାଇଥିଲା । ଏହି ମହୋତ୍ସବ ଦୀର୍ଘ ୩ବର୍ଷ ଧରି କୋଭିଡ୍ ମହାମାରୀ ଯୋଗୁଁ ଏହି ମହୋତ୍ସବ ବନ୍ଦ ହୋଇଥିଲା । ତେବେ କୋଭିଡ୍ କଟକଣା ହଟିବା ପରେ ଖୁବ୍ ଧୁମଧାମର ସହ ପଞ୍ଚାୟତ ମହୋତ୍ସବ ପାଳନ ହେବ ତାହା ପୁଣି ପଞ୍ଚାୟତ ସ୍ତରରେ । ତେବେ ନୟାଗଡ଼ ପଞ୍ଚାୟତ ସମିତି ଓ ଓରମାସ ର ମିଳିତ ସହଯୋଗରେ ପଞ୍ଚାୟତ ସ୍ତରରେ ଜେମାଦେଇପୁର ପାଟଣା(ରାଜପାଟଣା)ରେ ମହୋତ୍ସବ ଅନୁଷ୍ଠିତ ହେବ । ଅକ୍ଟୋବର ୯ତାରିଖ ପରିବର୍ତ୍ତେ ଆଜି ଠାରୁ ପଞ୍ଚାୟତ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା-୨୦୨୨ର ଉଦଘାଟନୀ ଉତ୍ସବରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଉପସ୍ଥିତ ରହି ଶୁଭ ଉଦଘାଟନ କରିବା ସହ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି । ପ୍ରଥମ ଉଦଘାଟନୀ ସନ୍ଧ୍ୟାରେ ନୟାଗଡ଼ ବନ୍ଦନା, ପୁରୀ ରଙ୍ଗଶାଳା ଡ୍ୟାନସ୍ ଗ୍ରୁପ୍ ଓ ବୋଲଗଡ଼ ପ୍ରିନସ୍ ଡ୍ୟାନସ୍ ଗ୍ରୁପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯିବ । ସେହିପରି ପଞ୍ଚାୟତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆୟୋଜିତ୍ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପିପିଲି ଆଦିତ୍ୟ ଡ୍ୟାନସ୍ ଗ୍ରୁପ୍ ଓ ନୟାଗଡ଼ ରକଷ୍ଟାର ଡ୍ୟାନସ୍ ଗ୍ରୁପ୍ ମାଧ୍ୟମରେ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ

। ତୃତୀୟ ସନ୍ଧ୍ୟାରେ ନୟାଗଡ଼ ବନଖଣ୍ଡ ଅଧୀକାରିଣୀ କ୍ଷମା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରୟତାତ୍ମାର ଗୋଟିପୁଅ, ସାତଶଙ୍ଖ ଓ ଯୁବ କଣ୍ଠଶିଳ୍ପୀ ଧ୍ୱନିରେ ପ୍ରକମ୍ପିତ ହେବ ଉକ୍ତ ସନ୍ଧ୍ୟା । ତତ୍ ସହିତ ନୟାଗଡ଼ ବର୍ଷା ଡ୍ୟାନସ୍ ଗ୍ରୁପ୍ ସାଂସକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ସଭାରେ ପଞ୍ଚାୟତ ମହୋତ୍ସବ ସଂପର୍କରେ ଉଦବୋଧନ ଦେବା ସହ ବିଭିନ୍ନ ଷ୍ଟଲ ବୁଲିବାର କାର୍ଯ୍ୟକ୍ରମ ରହିଛି । ଏବଂ ଉଦଯାପନୀ ସନ୍ଧ୍ୟାରେ ନୟାଗଡ଼ ବନ୍ଦନା ସାଂସ୍କୃତିକ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ଭୁବନେଶ୍ୱରର ମେଲୋଡ଼ି ସଙ୍ଗୀତ ଦରବାରରେ ଉଦଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି । ତେବେ ପ୍ରତ୍ୟେକ ସନ୍ଧ୍ୟାରେ ନୟାଗଡ଼ ପଞ୍ଚାୟତ ସମିତିର ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଉପସ୍ଥିତ ରହି ସଭାପତିତ୍ୱ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଜେମାଦେଇପୁର ପାଟଣା(ରାଜପାଟଣା) ପଞ୍ଚାୟତର ସରପଞ୍ଚ ସଦାଶିବ ନାୟକ ଓ ପଞ୍ଚାୟତାସୀ ସାହାର୍ଯ୍ୟ ସହଯୋଗ କରିବା ସହ ଆଇନ୍ ଶୃଙ୍ଖଳା ଦୃଷ୍ଟିରେ ନୟାଗଡ଼ ସଦର ଥାନା ପକ୍ଷରୁ ପୋଲିସ୍ ଫୋର୍ସ ମୁତୟନ କରାଯିବାର ସୂଚନା ମିଳିଛି । ତେଣୁ ଉକ୍ତ ମହୋତ୍ସବ ହଜାର ହଜାର ଦର୍ଶକ ଉପସ୍ଥିତ ରହି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ବିଭିନ୍ନ ଘରକରଣା ସାମଗ୍ରୀ ଓ ଚଟପଟି ଖାଦ୍ୟ ଖାଇବାର ଫାଇଦା ଉଠାଇ ପାରିବେ ।





